Masthead

ବିକ୍ଷୋଭ ବେଳେ ବଳ ପ୍ରୟୋଗ ଘଟଣା, କୋଲକାତା ପୋଲିସକୁ ଏନଏଚଆରସିର ନୋଟିସ

କୋଲକାତା (ବଡ଼ ଖବର ବ୍ୟୁରୋ): କୋଲକାତାର ଆର୍‌.ଜି. କର ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବିକରି ଛାତ୍ରଛାତ୍ରୀ ଗତ ୨୭ ତାରିଖରେ ନବାନ୍ନ ଅଭିମୁଖେ ବିକ୍ଷୋଭ କରିଥିଲେ । ବିକ୍ଷୋଭ କଲାବେଳେ ପୋଲିସ ସେମାନଙ୍କ ଉପରେ ବର୍ବରତା ଓ ଅତ୍ୟଧିକ ବଳ ପ୍ରୟୋଗ କରିଥିଲା । ଟିୟର ଗ୍ୟାସ ସହ ପାଣି ମାଡ କରିଥିଲା ପୋଲିସ । ଯାହାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) କୋଲକାତା ପୋଲିସ କମିଶନରଙ୍କୁ ନୋଟିସ ଜାରି କରିଛନ୍ତି।

ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ୨ ସପ୍ତାହ ମଧ୍ୟରେ ଜଣାଇବା ପାଇଁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ହ୍ୟୁମ୍ୟାନ ରାଇଟ୍ସ ଇନିସିଏଟିଭ୍‌ (ଭୀମ୍‌)ର ଓ.ପି. ବ୍ୟାସଙ୍କ ଅଭିଯୋଗ ଆଧାରରେ ନୋଟିସ ଜାରି ହୋଇଛି। ନ୍ୟାୟ ଦାବିରେ ଛାତ୍ରଛାତ୍ରୀ ରାଜ୍ୟ ସଚିବାଳୟ ନବାନ୍ନ ଅଭିମୁଖେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଯାଉଥିଲେ । ସେତିକିବେଳେ ପୋଲିସ୍‌ ସେମାନଙ୍କ ଉପରେ ଲାଠିଚାଳନା କରିବା ସହ ଟିୟର ଗ୍ୟାସ ଏବଂ ପାଣିମାଡ଼ କରିଥିଲା।

ଲାଠିମାଡ଼ରେ ବହୁ ଆନ୍ଦୋଳନକାରୀ ଗୁରୁତର ଆହତ ହୋଇଥିଲେ। ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଙ୍କୁ ଗିରଫ କରାଯାଇଥିଲା। ଏଭଳି କାର୍ଯ୍ୟାନୁଷ୍ଠାନ ଶାନ୍ତିପୂର୍ଣ୍ଣ ସମାବେଶ ଅଧିକାରର ଉଲ୍ଲଂଘନ ଏବଂ ମାନବାଧିକାର ପ୍ରତି ଗମ୍ଭୀର ଅବମାନନା। ଛାତ୍ରୀଛାତ୍ରଙ୍କ ଅଧିକାରର ସୁରକ୍ଷା ଏବଂ ଆହତମାନଙ୍କୁ କ୍ଷତିପୂରଣ ଦେବାକୁ ଆବେଦନକାରୀ ନିବେଦନ କରିଥିଲେ। ଏଭଳି କାର୍ଯ୍ୟାନୁଷ୍ଠାନ ଗୁରୁତର ସମସ୍ୟା ବୋଲି ସୁପ୍ରିମକୋର୍ଟ କହିବା ସହ ପୋଲିସର ମାତ୍ରାଧିକ ତଥା ବର୍ବର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା