ବର୍ଷକୁ ୧୩ ମିଟର ପଛକୁ ଯାଉଛି ଗ୍ଲାସିଅର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତରଳିବାରେ ଲାଗିଛି ଲଦାଖର ଗ୍ଲାସିୟର । ଡୁରୁଙ୍ଗ-ଡୁଙ୍ଗ ଏବଂ ପେନସିଲୁଙ୍ଗପାରେ ଗ୍ଲାସିଅର ତରଳିବାରେ ଲାଗିଛି । ୧୯୭୧ ରୁ ୨୦୧୯ ମଧ୍ୟରେ ଡୁରୁଙ୍ଗ-ଡୁଙ୍ଗରେ ୭.୮ ବର୍ଗ କିଲୋମିଟର ଏବଂ ପେନ୍ସିଲୁଙ୍ଗପାରେ ୧.୫ ବର୍ଗ କିଲୋମିଟର ପଛକୁ ଯାଇଛି ଗ୍ଲାସିଅର । ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଗ୍ଲାସିଅର ତରଳୁ ଥିବା ବୈଜ୍ଞାନିକମାନେ କହିଛନ୍ତି । ଗ୍ଲାସିଅର ଗୁଡିକ ଉଚ୍ଚତାରେ ଅବସ୍ଥିତ । ଲଦାଖର ୧୪,୬୧୨ ଫୁଟ ଉଚ୍ଚତାରେ ପେନ୍ସି-ଲା ପାସ୍ ରେ ଏହି ଗ୍ଲାସିଅର ଅବସ୍ଥିତ ।

ଡୁରୁଙ୍ଗ-ଡୁଙ୍ଗ ଗ୍ଲାସିଅର ୭୨ବର୍ଗ କିଲୋମୋଟର ପର୍ଯ୍ୟନ୍ତ ବ୍ୟାପିଛି । ଏବଂ ଏହରା ୭.୮ ବର୍ଗ କିଲୋମିଟର ବରଫ ତରଳିଯାଇଛି । ଯାହା ସମୁଦାୟ ଅଞ୍ଚଳର ୧୦ ପ୍ରତିଶତ । ପେନ୍ସିଲୁଙ୍ଗପା ଗ୍ଲାସିଅର ୧୬ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ଏବଂ ଏହା ୧.୫ ବର୍ଗ କିଲୋମିଟର ପର୍ଯ୍ୟନ୍ତ ହରାଇଛି । ଯାହାକି ସମୁଦାୟ ଏରିଆର ୮ ପ୍ରତିଶତ । ରିପୋର୍ଟ ଅନୁସାରେ, ୧୯୭୧ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ଡିଡିଜି ୧୩ ମିଟର ଏବଂ ପିଜି ୫.୬ ମିଟର ପ୍ରତିବର୍ଷ ପଛକୁ ଯାଇଛି । ମନୀଷ ମେଥା କହଛନ୍ତି, ଗ୍ଲାସିଅର ରିଟି୍ରଟ କେବଳ ଜଳବାୟୁ ପରିବର୍ତ୍ତନ ଦ୍ୱାରା ନୁହେଁ ବରଂ ଗ୍ଲାସିଅର ‘ଟପୋଗ୍ରାଫିକ ଏବଂ ମୋରଫୋଲୋଜି’ ଦ୍ୱାରା ମଧ୍ୟ ପ୍ରଭାବିତ ହେଉଛି । ଏହି ଗ୍ଲାସିଅର ତରଳିବାକୁ ନେଇ ସତର୍କବାଣୀ ଶୁଣାଇଛନ୍ତି ବୈଜ୍ଞାନିକମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ