Masthead

ଉତ୍ତରାଖଣ୍ଡ ହିମସ୍ଖଳନ: ଓଡ଼ିଶାରୁ ଜଣେ ନିଖୋଜ

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ଦେବଭୂମିରେ ତାଣ୍ଡବ ରଚିଛି ଭୟଙ୍କର ହିମସ୍ଖଳନ । ଆଜି ୩ୟ ଦିନରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଉତ୍ତରାଖଣ୍ଡ ହିମସ୍ଖଳନରେ ନିଖୋଜ ହୋଇଯାଇଛନ୍ତି ଜଣେ ଓଡ଼ିଆ ଯୁବକ । ଭଦ୍ରକ ଜିଲ୍ଲା ଧାମରା ଅଂଚଳର ଜଣେ ଯୁବକ ସେଠାରେ ନିେଖୋଜ ହୋଇଯାଇଥିବା ସୂଚନା ମିଳୁଛି । ବାଂଶଡ଼ା ଥାନା ଯଶିପୁର ପଂଚାୟତ କୁଦରକାନ୍ଥି ଗାାଁର ରବି ଦାସଙ୍କ ପୁଅ ନୁଗାର୍ଜୁନ ଦାସଙ୍କ ପତା ମିଳୁନି ।

ଉତ୍ତରାଖଣ୍ଡ ଋଷିଗଙ୍ଗା ଶକ୍ତି ପ୍ରକଳ୍ପ ଅନ୍ତର୍ଗତ ତପୋବନର ରେଣୀ ବ୍ୟାରେଜରେ ନାଗାର୍ଜୁନ ୨୦୨୦ ନଭେମ୍ବର ୫ ତାରିଖରୁ ଇଲେକ୍ଟ୍ରିସିଆନ ଭାବେ କାମ କରୁଥିଲେ । ରବିବାର ହୋଇଥିବା ଭୟଙ୍କର ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୬ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ନାଗାର୍ଜୁନଙ୍କ ସ୍ତ୍ରୀ ଲିପୁସ୍ମିତା ଫୋନରେ ସ୍ୱାମୀଙ୍କ ଯୋଗାଯୋଗ କରି ନିରାଶ ହେବା ପରେ ତପୋବନର ରେଣୀ ବ୍ୟାରେଜ ପ୍ରକଳ୍ପ ଅଧିକାରୀଙ୍କ ସହ କଥା ହୋଇଥିଲେ ।

ନନ୍ଦାଦେବୀରେ ହିମସ୍ଖଳନ ଯୋଗୁଁ ଅଳକାନନ୍ଦା ଓ ଧୋଲିଗଙ୍ଗା ନଦୀରେ ଅଚାନକ ବନ୍ୟାପାଣି ମାଡ଼ି ଆସିବାରୁ ବହୁ ଲୋକ ଭାସିଯାଇଥିବା ବେଳେ ଏହି ସଡ଼ିଆ ଯୁବକଙ୍କ କୌଣସି ପତା ମିଳୁନି । ସେପଟେ ନାଗାର୍ଜୁନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ତାଙ୍କ ପତ୍ନୀ, ୨ ମାସର ଶିଶୁ ପୁତ୍ର, ବାପା ଓ ମା’ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ