Masthead

ଦୁର୍ବଳ ସ୍ଥିତିରେ ଟିକାକରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରତ୍ୟେକ ଦିନ ରାଜ୍ୟରେ ଦେଖାଦେଉଛି ଟିକା ସଙ୍କଟ । ବର୍ତ୍ତମାନ ଟିକାକରଣ ଦୁର୍ବଳ ସ୍ଥିତିରେ । ଗତକାଲି ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ଥିବାବେଳେ ଆଜି ୧୧ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଜିଲ୍ଲାର ୩୯୬ ସେସନ ସାଇଟରେ ଦିଆଯିବ ଟିକା । ସେପଟେ, ମହାରାଷ୍ଟ୍ର ଓ କେରଳରେ ଆକ୍ଟିଭ ମାମଲା ଲକ୍ଷେ ଉପରେ ରହିଛି। କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଓଡ଼ିଶା ଭଳି ରାଜ୍ୟରେ ଆକ୍ଟିଭ ମାମଲା ୧୦ ହଜାର ଉପରେ ରହିଛି ।

ଏପ୍ରିଲରେ ଦେଶରେ ୯ କୋଟି ଟିକାକରଣ ହୋଇଥିଲା । ମେ ମାସରେ ଏହା ୬ କୋଟିକୁ ଖସିଆସିଲା । ଜୁନ ମାସରେ ଏହା ବଢି ପୁଣି ୧୨ କୋଟି ହୋଇଛି । ଡିସେମ୍ବର ସୁଦ୍ଧା ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସପ୍ତାହରେ ସବୁ ଦିନରେ ୮୦ ଲକ୍ଷ ଦେଲେ ଡିସେମ୍ବର ସୁଦ୍ଧା ଏହା ଟାର୍ଗେଟ ପୂରା ହୋଇପାରିବ । କିନ୍ତୁ ଦିନକୁ ଦିନ ଯେଉଁଭଳି ଭାବେ ଟିକାକରରଣ ହ୍ରାସ ପାଇବାରେ ଲାଗିଛି, ତାହା ପୂରଣ ହେବ ବୋଲି ଲାଗୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ