Masthead

ଆକାଶଛୁଆଁ ପରିବା ଦର

ବେଗୁନିଆପଡା(ବଡ଼ ଖବର ବ୍ୟୁରୋ): ପରିବା ଦର ଆକାଶ ଛୁଆଁ । ଯେଉଁ ପରିବାରେ ହାତ ମାରିବେ ତାହାର ଦର ୫୦ଟଙ୍କା ଉପରେ । ଆଗକୁ କାର୍ତ୍ତିକ ମାସ ଓ ପଞ୍ଚୁକ ଆସୁଥିବାରୁ ବହୁ ଘରେ ନିରାମିଷ ଭୋଜନ ପାଇଁ ପରିବା ନିହାତି ଆବଶ୍ୟକ । ମାତ୍ର ପରିବା ଦର ଅହେତୁକ ବୃଦ୍ଧି ପାଇଥିବାରୁ ଖାଉଟିଙ୍କ ଚିନ୍ତା ବଢିଯାଇଛି । ଗ୍ରାହକ ପରିବା ଦର ଶୁଣି ମୁହଁ ଫେରାଇ ନେଉଛନ୍ତି ।

ପୂର୍ବରୁ ଗ୍ରାହକ କିଲୋ ହିସାବରେ ପରିବା ନେଉଥିଲା ବେଳେ ଏବେ ଅଧା କିଲୋ କିଣିବାକୁ ବି ଭୟ କରୁଛନ୍ତି । ଗରିବର ପଖାଳ କଂସାର ସାଥୀ ପିଆଜର ମଧ୍ୟ ଆକାଶ ଛୁଆଁ ଦର । କହିବାକୁ ଗଲେ ପିଆଜ ଲୋକଙ୍କୁ କନ୍ଧାଉଛି । କିଛି ଗ୍ରାହକ ୨୫୦ଗ୍ରାମ ପିଆଜ କିଣି କାମ ଚଳାଇଦେଉଛନ୍ତି । ଆଳୁ କେଜି ୩୦ରୁ ଉର୍ଦ୍ଧ, ପିଆଜ ୬୦ଟଙ୍କା, କଲରା ୬୦, ପୋଟଳ ୬୦, ଟମାଟୋ ୪୦ରୁ ୫୦, ବାଇଗଣ ୫୦, କୋବି ୫୦ଟଙ୍କା ରହୁଛି । ବ୍ୟବସାୟୀଙ୍କ ମତରେ ଗୋଦାମରୁ ଯେହେତୁ ଆମେ ଚଢା ଦରରେ କିଣୁଛୁ ସେଥିପାଇଁ ପନିପରିବା ଦରରେ ବୃଦ୍ଧି ଘଟୁଛି । ଯେଉଁ ପରିମାଣରେ ପରିବା ଆସୁଥିଲା, ସେହି ମାତ୍ରାରେ ବର୍ତ୍ତମାନ ଆସିବା ସମ୍ଭବ ହେଉନି ବୋଲି କିଛି ବ୍ୟବସାୟୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ