Masthead

କର୍ଣ୍ଣାଟକରେ ନିର୍ବାଚନ ସମୟ, ଗଛରେ ଫଳୁଛି ଟଙ୍କା

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକରେ ନିର୍ବାଚନ ସମୟ । ଜୋରସୋରରେ ଚାଲିଛି ପ୍ରଚାର । କମ୍ପୁଛି ମଇଦାନ । ଏହି ସମୟରେ କର୍ଣ୍ଣାଟକର ଜଣେ କଂଗ୍ରେସ ନେତାଙ୍କ ଭାଇଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ । ଗଛରୁ ମିଳିଛି ଗୋଟିଏ କୋଟି ଟଙ୍କା । କଂଗ୍ରେସ ନେତା ଅଶୋକ କୁମାର ରାୟ ପୁଟ୍ଟୁର ଆସନରୁ ନିର୍ବାଚନ ଲଢୁଛନ୍ତି । ଏହି ସମୟରେ ଅଶୋକଙ୍କ ଭାଇ ସୁବ୍ରମନିଆ ରାୟଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ଏହି ସମୟରେ ଗଛରେ ଟଙ୍କା ଭର୍ତ୍ତି ବାକ୍ସ ଲୁଚାଯାଇଥିବା ଦେଖିବାକୁ ମିଳିଥିଲା। ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ୧୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହେଲାଣି। ଜବତକୁ ନେଇ ୨,୩୪୬ଟି ଏତଲା ଦାଏର ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ସେହିପରି ଏପ୍ରିଲ ୧୩ ତାରିଖରେ ସିଟି ମାର୍କେଟରେ ଯାଉଥିବା ଏକ ଅଟୋରିକ୍ସରୁ ବେଙ୍ଗାଲୁରୁ ପୋଲିସ ୧କୋଟି ଟଙ୍କା ଜବତ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ