Masthead

ସୌମ୍ୟଙ୍କ ଦଶାହ କର୍ମରେ ଯୋଗ ଦେଲେନି ବିଦ୍ୟାଭାରତୀ

ଖଇରା(ବଡ଼ ଖବର ବ୍ୟୁରୋ): ଏସିଏଫ ସୌମ୍ୟରଞ୍ଜନଙ୍କ ଦଶାହ କର୍ମରେ ଯୋଗ ଦେଲେନି ପତ୍ନୀ ବିଦ୍ୟାଭାରତୀ। ବାଲେଶ୍ୱର ଜିଲ୍ଲା ଖଇରା ଥାନାର ବେଗୁନିଆ ଗାଁର ଅଭିରାମ ମହାପାତ୍ରଙ୍କ ପୁଅ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଆଜି ଦଶାହ କର୍ମ । ଶୋକାକୋଳ ପରିବେଶରେ ବାପା ,ଭାଇ ଏବଂ ପରିବାର ଲୋକ କର୍ମ ସମ୍ପାଦନ କରୁଥିବା ବେଳେ ସ୍ତ୍ରୀ ବିଦ୍ୟାଭାରତୀ ସ୍ବାମୀଙ୍କ ଦଶାହ କର୍ମରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି ।

ହିନ୍ଦୁ ରୀତିନୀତି ଅନୁସାରେ ସ୍ବାମୀର ଦଶାହ କର୍ମରେ ପତ୍ନୀର ଆବଶ୍ୟକତା ରହିଛି । ବିଦ୍ୟାଭାରତୀ ଦଶାହ କର୍ମରେ ଯୋଗ ଦେଇନଥିବାରୁ ଏହା ଅଶୁଭ ବୋଲି ପ୍ରତିକ୍ରିୟା ରଖିଛନ୍ତି ପୂଜକ । ଅନ୍ୟପଟେ ବିଦ୍ୟାଭାରତୀ ଯଦି କିଛି କରିନାହାନ୍ତି, ତାଙ୍କର କୌଣସି ଦୋଷୀ ନାହିଁ ତେବେ ଆସିଲେ ନାହିଁ କାହିଁକି ଏନେଇ ପ୍ରଶ୍ନ ଉଠୁଛି । ବିଦ୍ୟାଭାରତୀଙ୍କୁ ଗିରଫ କରି ପୋଲିସ ରିମାଣ୍ତରେ ନେଲେ ସତ ସାମ୍ନାକୁ ଅସିବ ବୋଲି କହିଛନ୍ତି ସୌମ୍ୟଙ୍କ ଭାଇ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ