Masthead

ଅମାନିଆ ଅପରାଜିତା

ଭୁବନେଶ୍ୱର, (ବଡଖବର ବ୍ୟୁରୋ) : ଅଭ୍ୟାସଗତ ଅମାନିଆ ନମ୍ଵର ୱାନ । ସେ ଆଉ କେହି ନୁହନ୍ତି, ଖୋଦ୍ ସାଂସଦ ଅପରାଜିତା ।ଗତକାଲି ଧୁମଧାମରେ ଜନ୍ମଦିନ ପାଳନ କରିଥିଲେ । ଅଵଶ୍ୟ କୋଭିଡ୍ କଟକଣା ମାନିଥିଲେ ମଜା ଆସିନଥାନ୍ତା ଏଣୁ ନିୟମକୁ ଫୁ କରି ନାଚିଲେ । ସାଂସଦଙ୍କ ଜନ୍ମଦିନ ସେଲିବ୍ରେସନ୍‌ରେ ମସଗୁଲ ଥିଲେ ଶତାଧିକ ସମର୍ଥକ । ଡିଜେ ତାଳେ ତାଳେ ସମର୍ଥକଙ୍କ ସହ ଦେହକୁ ଦେହ ଲଗାଇ ମନଭରି ନାଚିଥିଲେ । ସାଂସଦଙ୍କ ଠାରୁ ସମର୍ଥକ ଯାଏଁ କେହି ତୁଣ୍ଡି ଵାନ୍ଧି ନଥିଲେ । ଅନେକଙ୍କ ମୁହଁରେ ମାସ୍କ ନଥିଲା, କି ସାମାଜିକ ଦୂରତା, ସଵୁକୁ ଭୁଲି ନାଚଗୀତରେ ବିଭୋର ହୋଇ ଯାଇଥିଲେ ସମସ୍ତେ । ଆଉ ଏହି ଦୁର୍ଲଭ ସେଲିବ୍ରେସନକୁ ମୋଵାଇଲରେ ସୁଟିଂ କରି ଚାଲିଥିଲେ । ସାଂସଦଙ୍କ ଜନ୍ମଦିନ ସେଲିବ୍ରେସନ୍ ନାଚଗୀତର ଭିଡିଓ ମୋଵାଇଲରୁ ମୋଵାଇଲକୁ ଘୁରି ଵୁଲିବା ପରେ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ।

ଆଜ୍ଞା ଆମେ ଆମ ସାଂସଦଙ୍କୁ ଅଭ୍ୟାସଗତ ଅମାନିଆ କହୁଛୁ ବୋଲି ପ୍ରମାଣ କଣ ପଚାରିବେ । ଆମେ ଏଥର ତାଲିକା ଦେଉଛୁ । ଗତ ଜୁନ ମାସରେ ଆମ ସାଂସଦ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମନାଇବା ପାଇଁ ତାଙ୍କ ଘରକୁ ଯାଇଥିଲେ । ସେଠାରେ ଅନେକ ନେତା ଓ କର୍ମୀ ଏକଜୁଟ ହୋଇଥିଲେ । କୋଭିଡ ଗାଇଡ ଲାଇନକୁ ଭୁଲି ସମସ୍ତେ ଏଠାରେ ସାମାଜିକ ଦୂରତା ନିୟମକୁ ଭୁଲି ଯାଇଥିଲେ । କର୍ମୀମାନେ ସାଂସଦଙ୍କ ସହିତ ସେଲଫି ମଧ୍ୟ ଉଠାଇଥିଲେ । ଅବଶ୍ୟ ଏହାପରେ ସାଂସଦ ଭୁଲ ବୁଝିପାରି ସ୍ୱେଚ୍ଛାକୃତ ଭାବେ ତଣ୍ଡ ଗଣିଥିଲେ ।
ନିକଟରେ ହଂସପାଳରେ ଫ୍ଲାଇଓଭର ଉଦଘାଟନ ବେଳେ ମାସ୍କ ନପିନ୍ଧି ସାଂସଦ ବିତଣ୍ଡା ଯୁକ୍ତି କରିଥିଲେ । ସେହିପରି ସାଂସଦ ତାଙ୍କ ଅଫିସରେ ସାମ୍ବାଦିକମାନଙ୍କୁ ଡାକି ବର୍ଷକର ରିପୋର୍ଟ କାର୍ଡ ଦେଇଥିଲେ । ବର୍ଷକର ରିପୋର୍ଟ କାର୍ଡ ଦେବା ଭଲ କଥା । ହେଲେ ସେଠାରେ ଭିଡ ଏମିତି ହୋଇଥିଲା ଯେ ସାଂସଦଙ୍କ ସମେତ ଅନେକ ସାମାଜିକ ଦୂରତା ଭୁଲି ଯାଇଥିଲେ । ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ନିକଟରେ ବନ୍ୟା ପରିସ୍ଥିତି ଦେଖିବାକୁ ଯାଇ ଭୁଲିଯାଇଥିଲେ କୋଭିଡ କଟକଣା । ମୋଦି ସରକାରଙ୍କର ଗୋଟିଏ ବର୍ଷ ପୂର୍ତି ଅବସରରେ ଏକ ନମ୍ବର ମାର୍କେଟ ରେ ଲିଫଲେଟ ବାଂଟିବା ବେଳେ କୋଭିଡ ନିୟମ ଭୁଲିଗଲେ ସାଂସଦ । ଆମ ସାଂସଦ ନିକଟରେ ବିଜେପିର ର।ଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତି ପାଇବା ପରେ ପୁରୀ ଶ୍ରୀମନ୍ଦିରର ଯାଇଥିଲେ । ସେଠାରେ ମଧ୍ୟ କୋଭିଡ ଆଇନକୁ ଭୁଲିଯାଇଥିଲେ । ଫୋଟ ସୋସିଆଲ୍ ମିଡିଆରେ ଖାଲି ଘୁରିଲା । ଏପରିକି ଗତ ଅକ୍ଟୋବର ୭ ତାରିଖରେ ସାଂସଦ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ଶହଶହ ସମର୍ଥକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ । ଏଠାରେ ମଧ୍ୟ ନିୟମକୁ ଭାଙ୍ଗିରୁଜିି ଫୋପାଡି ଦେଇଥିଲେ ଶତାଧିକ ଲୋକ ।

କୋଭିଡ଼ ନିୟମ କଣ ଆଉ କାହିଁକି ପାଳନ କରିବା କଥା କିଏ ଵୁଝେଇଵ ତାଙ୍କୁ । କୋଭିଡ ନିୟମ ଭାଙ୍ଗିବା ନେଇ ସାଧାରଣ ଲୋକଙ୍କୁ ସମସ୍ତେ ପଚାରିବେ । ଏଥର ବଡ ଲୋକଙ୍କୁ ଉତ୍ତର ମାଗୁଛନ୍ତି ସାଧାରଣ ଲୋକେ । ଉତ୍ତର ରଖିବେ କି ଆମ ସାଂସଦ ଅପରାଜିତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି