Masthead

ସରକାରୀ ସହାୟତା ଅପେକ୍ଷାରେ ସିଦ୍ଧାନ୍ତ

ପୁଇଁନ୍ତଳା, (ବଡ଼ ଖବର ବ୍ୟୁରୋ): କଅଁଳ ବୟସରେ ଭୋଗିବାକୁ ପଡୁଛି ଯମଯନ୍ତ୍ରଣା । ମାତ୍ର ୧୫ ବର୍ଷ ବୟସର ବାଳକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । କାହା ତୁଣ୍ଡରୁ ଆହା ପଦେ ବାହାରୁନି । ଏଭଳି ଘଟଣା ଦେଖିବାକୁ ମିଳିଛି ପୁଇଁନ୍ତଳା ବ୍ଲକ ବାନ୍ଦନବାହାଲ ଗାଁରେ ।
ବାନ୍ଦନବାହାଲ ଗାଁର ସୁରେନ୍ଦ୍ର ମହାଖୁଡ଼ଙ୍କ ପୁଅ ସିଦ୍ଧାନ୍ତ । ସୁରେନ୍ଦ୍ର ଯାହା ରୋଜଗାର କରନ୍ତି ସେତିକିରେ ଚଳୁଛି ପରିବାର । ଭଙ୍ଗାଦରରା ପଲିଥିନ ଟଣା ଘରେ ରହୁଛନ୍ତି ପରିବାର । ଟଙ୍କା କେଉଁଠୁ ଆସିବ ଯେ ପୁଅକୁ ଚିକିତ୍ସା କରାଇବେ । ସରକାରୀ ସହାୟତା ମିଳିଲେ ପୁଅ ଭଲ ହୋଇଯାଆନ୍ତା ବୋଲି ପରିବାର ଲୋକେ ଆଶା ରଖିଛନ୍ତି ।

କୁନି ବୟସରେ ସିଦ୍ଧାନ୍ତ ଜିଉଁଛନ୍ତି ଅଭିଶପ୍ତ ଜୀବନ । ସେ ଜନ୍ମହେଲା ଦିନଠାରୁ ବିକଳାଙ୍ଗ । ସିଦ୍ଧାନ୍ତଙ୍କ ଚିକିତ୍ସା ପାଇଁ ବାପା ସୁରେନ୍ଦ୍ର କଟକ ବଡ଼ ମେଡିକାଲଠାରୁ ଆରମ୍ଭ କରି ବୁର୍ଲା ପର୍ଯ୍ୟନ୍ତ ନେଇଥିଲେ । ମାତ୍ରା କିଛି ସୁଫଳ ମିଳିନାହିଁ । ଶେଷରେ ନିରାଶ ହୋଇ ଘରେ ନିଜ ଭାଗ୍ୟକୁ ଆଦରି ରହିଛନ୍ତି । ସିଦ୍ଧାନ୍ତଙ୍କ ମା’ ପୁଅର କଷ୍ଟ କଥା କହି ଭୋ ଭୋ ହୋଇ କାନ୍ଦି ପକାଇଲେ । ସିଦ୍ଧାନ୍ତ ଏକ ଖଟିଆରେ ପଡ଼ିରହିଛନ୍ତି । କଷ୍ଟରେ ଗୁରୁଣ୍ଡି ଗୁରୁଣ୍ଡି ଘରେ ବୁଲୁଛନ୍ତି ସେ । ସିଦ୍ଧାନ୍ତ ସମ୍ପୂର୍ଣ ଭାବରେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଏଯାବତ ତାଙ୍କୁ ମିଳିନାହିଁ ସରକାରୀ ସହାୟତା। ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିଲେ ମଧ୍ୟ ସରକାରୀ ସହାୟତାକୁ ସେ ଚାହିଁ ରହିଛନ୍ତି । ଏବେ ଅପେକ୍ଷା ସିଦ୍ଧାନ୍ତଙ୍କୁ କେବେ ମିଳୁଛି ସରକାରୀ ସହାୟତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା