Masthead

ଭାରତରେ ଭୋଟ୍: ଚୀନର ଏଆଇ ଚାଲ୍ !

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତର ସାଧାରଣ ନିର୍ବାଚନ ଉପରେ ଡ୍ରାଗନର ନଜର । ନିର୍ବାଚନରେ ବ୍ୟାଘାତ ସୃଷ୍ଟି କରିବାକୁ ଏଆଇକୁ ହତିଆର କରିପାରେ ଚୀନ୍ । ଏନେଇ ବିଶ୍ୱର ଅଗ୍ରଣୀ ସଫ୍ଟୱେର କମ୍ପାନୀ ମାଇକ୍ରୋସଫ୍ଟ ଭାରତର ନିର୍ବାଚନକୁ ନେଇ ବଡ଼ ଚେତାବନୀ ଦେଇଛି । ମତଦାନକୁ ଚୀନ୍ ନିଜ ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା ଏଆଇ ଦ୍ୱାରା ପ୍ରଭାବିତ କରିପାରେ ବୋଲି ମାଇକ୍ରୋସଫ୍ଟ ନିଜ ରିପୋର୍ଟରେ ପ୍ରକାଶ କରିଛି ।

ନିଜର ସ୍ୱାର୍ଥ ସାଧନ ପାଇଁ ଚୀନ ଏଆଇ ଆଙ୍କର ଦ୍ୱାରା କଟେଂଟ୍ ପ୍ରସ୍ତୁତ କରୁଛି । ନିର୍ବାଚନ ଫଳାଫଳରେ ଏହାର ପ୍ରଭାବ କମ ପଡିବ ବୋଲି ଜାଣିଥିଲେ ମଧ୍ୟ ପରୀକ୍ଷାନିରୀକ୍ଷା ଜାରି ରଖିଛି ଚୀନ । ମିମ୍ସ, ଭିଡିଓ, ଅଡିଓ ପ୍ରସ୍ତୁତ କରି ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା ଚଳାଇଥିବା ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି । ଜାନୁଆରୀରେ ତାଇୱାନରେ ଅନୁଷ୍ଠିତ ନିର୍ବାଚନରେ ମଧ୍ୟ ଚୀନ୍ ଏହି ଭଳି ଭାବେ ହସ୍ତକ୍ଷେପ କରିଥିଲା ।

ଏଆଇ ଆଙ୍କର ବ୍ୟବହାର କରି ଚୀନ ଭାରତ ସମେତ ଆମେରିକା ଏବଂ ଦକ୍ଷିଣ କୋରିଆ ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ଯୋଜନା କରିଛି । ଚୀନ, ଉତ୍ତର କୋରିଆ ସହାୟତାରେ ପ୍ରସ୍ତୁତ କରିଥିବା ଏକ ସାଇବର ଗ୍ରୁପ୍ ନିର୍ବାଚନରେ କାରସାଦି କରିବାକୁ ଚକ୍ରାନ୍ତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା