Masthead

ପୁଟିନ ବିରୋଧରେ ବିଦ୍ରୋହ ରଚିଥିବା ୱାଗନ ଗ୍ରୁପର ମୁଖ୍ୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏବେ ବି ଜାରି ରହିଛି ରଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ଯୁଦ୍ଧ ଥମିବାର ନା ନେେଉଛି ନା ସମସ୍ୟାର ସମାଧାନ ହେଉଛି । ତେବେ ଏହାରି ଭିତରେ ଆସିଛି ଆଉ ଏକ ଖବର । ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିବା ୱାଗନର ଗ୍ରୁପ ମୁଖ୍ୟଙ୍କ ମୃତ୍ୟୁ ହୋଇଛି । ୨ ମାସ ତଳେ ଋଷ ସେନା ବିରୋଧରେ ବିଦ୍ରୋହ କରି ଚର୍ଚ୍ଚାକୁ ଆସିଥିଲେ ପୁଟିନଙ୍କ ଏହି ସହଯୋଗୀ । ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୟେଭଗେନି ପ୍ରିଗୋଜିନଙ୍କ ସମେତ ୧୦ ଜଣଙ୍କ ଜୀବନ ଯାଇଛି । ମସ୍କୋ ଉତ୍ତର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ରୁଷର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ କହିଛି ଯେ ଯାତ୍ରୀ ତାଲିକାରେ ପ୍ରିଗୋଜିନଙ୍କ ନାମ ଅନ୍ତର୍ଭୁକ୍ତ ରହିଛି । ଏହି ବିମାନ ମସ୍କୋରୁ ସେଣ୍ଟ ପିଟର୍ସବର୍ଗକୁ ଯାଉଥିଲା । ପ୍ରିଗୋଜିନ ଜୁନ୍ ମାସରେ ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିଲେ ଏବଂ ପରେ ବୁଝାମଣା ପରେ ବେଲାରୁଷ୍‌ ପଳାଇଥିଲେ । ତେବେ ସେ କେବେ ଏବଂ କିଭଳି ପୁଣି ରୁଷ୍‌ରେ ପହଞ୍ଚିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଦୁଇ ଦିନ ପୂର୍ବେ ପ୍ରିଗୋଜିନଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ତେବେ ତାଙ୍କର ଅବସ୍ଥିତି ନେଇ କିଛି ସ୍ପଷ୍ଟ ହୋଇନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା