Masthead

ବୈତରଣୀରେ ଜଳସ୍ତର ବୃଦ୍ଧି, ଚିନ୍ତାରେ ପ୍ରଶାସନ

ହାଟଡିହି (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି କାରଣରୁ ପ୍ରଶାସନକୁ ଚିନ୍ତା ବଢାଇଛି। ତେଣୁ ହାଟଡିହି ବ୍ଲକର ତିନୋଟି ସ୍ଥାନରେ ବନ୍ୟା ଆଶ୍ରୟସ୍ଥଳ କରାଯାଇ ୯୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ହାଟଡିହି ତହସିଲଦାର ମିତାଲି ମଧୁଛନ୍ଦା ପାତ୍ର , ହାଟଡିହି ବିଡ଼ିଓ ବିନିତା ବିଜୟିନୀଙ୍କ ସହ ଜିଲ୍ଲା ଜଳସେଚନ ବିଭାଗର ଅଧିକାରୀ ମାନେ ବନ୍ୟା ଜଳ ପ୍ରବେଶ କରିଥିବା ଅଞ୍ଚଳ ଆଇତି ପୁର, ସମଣା, ଆମ୍ବୋ, ପଞ୍ଚୁଗୋଛିଆ, ଗେଡେମା, ହାବଳେଶ୍ଵର, ଅଞ୍ଚଳକୁ ଯାଇ ଲୋକଙ୍କୁ ବୁଝାସୁଝା କରି ଆଶ୍ରୟ ସ୍ଥଳକୁ ନେଇଛନ୍ତି। ଅଧିକ ଜଟିଳ ପରିସ୍ଥିତିରେ ହାଟଡିହି ବ୍ଲକରେ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ହୋଇଥିବା ବେଳେ ଗୋଟିଏ ପ୍ଲାଟୁନ ଓଡ୍ରାଫ ଟିମ୍ ଅଗ୍ନିଶମ ବିଭାଗ ସ୍ଥିତି ଉପରେ ନଜର ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ