Masthead

ଟ୍ରେନ୍‌ ଟ୍ରାଜେଡି: ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ପଶ୍ଚିମବଙ୍ଗ (ବଡ଼ ଖବର ବ୍ୟୁରୋ):ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ । ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି । ଆହତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ଘୋଷଣା । ସେପଟେ ଟ୍ରେନ୍‌ ଟ୍ରାଜେଡିକୁ ନେଇ ଦୁଃଖପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ । ରିଲିଫ କାର୍ୟ୍ୟକୁ ଗୁରୁତ୍ୱ ଦେବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ । ଟ୍ରେନ ଦୁର୍ଘଟଣାରେ କାଞ୍ଚନଜୁଙ୍ଗା ଏକ୍ସପ୍ରେସର ଲୋକୋ ପାଇଲଟଙ୍କ ମୃତ ଦେହ ଉଦ୍ଧାର ହୋଇଛି ।

ଏହାସହ ଅନ୍ୟ ୮ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଏବେବି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଗ୍ୟାସ୍ କଟରରେ ବଗି ଗୁଡିକୁ କାଟି ଉଦ୍ଧାର କରାଯାଉଛି । ଏନେଇ ସୂଚନା ଦେଇଛନ୍ତି କୁରସିଓଙ୍ଗର ଆଡିସନାଲ ଏସପି ଓ ଏନଡିଆରଏଫର କମାଣ୍ଡିଙ୍ଗ ଅଫିସର । ନ୍ୟୁ ଜଲପାଇଗୁଡ଼ି ରଙ୍ଗପାଣି ଷ୍ଟେସନ ନିକଟରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଓ ମାଲଗାଡ଼ି ମଧ୍ୟରେ ଧକ୍କା ହୋଇଛି । କାଞ୍ଚନଜଙ୍ଗା ଏକ୍ସପ୍ରେସ କୋଲକାତା ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ 🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଲଘୁଚାପ ବର୍ଷା ଚାଷୀଙ୍କ ମୁଣ୍ଡରେ ସାଜିଛି ଚଡ଼କ 🔴 କାଣି ନଦୀରେ ଧସିଲା ବନ୍ଧ 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ