Masthead

ବିପଦ ସଂକେତ ଘେରରେ ବ୍ରାହ୍ମଣୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବ୍ରାହ୍ମଣୀ ନଦୀରେ ଦ୍ୱିତୀୟଥର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଫଳରେ ଶତାଧିକ ଗ୍ରାମର ୮୦ ହଜାର ଲୋକ ଜଳବନ୍ଦି ହୋଇଯାଇଛନ୍ତି । ଅଳଭାରେ ନଦୀର ବିପଦ ସଂକେତ ।

ଜଳସ୍ତର ବୃଦ୍ଧି ହୋଇ ୧୭.୪ ଫୁଟରେ ପହଞ୍ଚିଛି । ଜଳସ୍ତର ବୃଦ୍ଧି ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ୍ର ୧୨ଟି ପଞ୍ଚାୟତ ଓ ପୌରପରିଷଦର ୧୦ଟି ୱାର୍ଡ ଜଳବନ୍ଦି ହୋଇଯାଇଛି । ବ୍ରାହ୍ମଣୀ ନଦୀରେ ଭାସିଯାଇ ଶ୍ରୀରାମପୁର ପଞ୍ଚାୟତ ପାଳପାଟଣା ଗ୍ରାମର ଦୀନବନ୍ଧୁ ଧଳଙ୍କ ମୃତ୍ୟୁ ଘଟିଛି । ଏହି ସମୟରେ ଗ୍ରାମର ପ୍ରତାପ ସାହୁଙ୍କୁ ଗାଁ ଲୋକ ଉଦ୍ଧାର କରିଛନ୍ତି । ପର୍ଯ୍ୟାପ୍ତ ଡଙ୍ଗା ନ ଥିବାରୁ ଲୋକମାନେ ଘରୁ ବାହାରି ପାରୁନାହାନ୍ତି । ଲଗାତାର ବର୍ଷା ବିପନ୍ନଙ୍କ ଦୁର୍ଦ୍ଦଶାକୁ ଆହୁରି ବଢାଇଦେଇଛି । ବନ୍ୟାପାଣିରେ କଟକ ଚାନ୍ଦବାଲି ରାସ୍ତା କଷଣଅଣ୍ଟା ଗ୍ରାମ ଉବୁଟୁବୁ ହେଉଛି । ବନ୍ୟାଜଳରେ ବହୁତ ଗ୍ରାମର ରାସ୍ତା ବୁଡ଼ି ଯାଇଥିବାବେଳେ ଗାଁ ରାସ୍ତାରେ ପାଣି ଚାଲିଛି । କୁମ୍ଭୀର ଓ ବିଷଧର ସାପର ଭୟ ଘାରିଛି । ଲୋକମାନେ ସନ୍ଧ୍ୟା ପରେ ଲୋକମାନେ ଘରୁ ବାହାରକୁ ବାହାରିପାରୁନାହାନ୍ତି । ଚଳିତ ବର୍ଷ ବନ୍ୟାରେ ଧାନ, ମୁଗ ସମେତ ସମସ୍ତ ଫସଲ ବୁଡ଼ି ନଷ୍ଟ ହୋଇଯାଇଥିବାରୁ ଏବର୍ଷର ବନ୍ୟା ପରିସ୍ଥିତିକୁ ଦେଖି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଯେମିତି ବନ୍ୟା ପ୍ରଭାବରେ ଅଧିକ କ୍ଷୟକ୍ଷତି ନ ହୁଏ, ସେଥିପ୍ରତି ପଟ୍ଟାମୁଣ୍ଡାଇର ଜଳ ସମ୍ପଦ ବିଭାଗ ବନ୍ୟା ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ