Masthead

ପାଣି ପାଇଁ ଡହଳ ବିକଳ ଲୋକେ

ଝୁମ୍ପୁରା  (ବଡ଼ ଖବର ବ୍ୟୁରୋ):  ଖରାଦିନ ଆରମ୍ଭରୁ ଅସହାୟ ହେଲାଣି ଜଳକଷ୍ଟ । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଦେଢ ଶହ ଆଦିବାସୀ ପରିବାର। ଶୋଷ ମେଣ୍ଟାଉଛି ଏବେ ଦୂଷିତ ପାଣି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍ ବାଲିବନ୍ଧ ପଞ୍ଚାୟତ ନାଏକ ସାହିରେ । ସରକାର ସାଧାରଣ ଲୋକମାନଙ୍କୁ ପିଇବା ପାଇଁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଉପହାସ ପାଲଟିଛି ଏହି ଯୋଜନା।

ବସୁଧା ଯୋଜନାରେ ପଞ୍ଚାୟତ ଭିତରେ ରହିଛି ଏକ ଓଭରହେଡ ଟାଙ୍କି । କିନ୍ତୁ ପାଇପଲାଇନ ଖରାପ ହୋଇଥିବା ଦେଖିବାକୁ ମିଳିଛି । ଗୋଟିଏ ଜାଗାରେ ପାଣି ବାହାରୁ ଥିବାବେଳେ ଅନ୍ୟ ଟ୍ୟାପ ଖରାପ ହୋଇଥିବା ଦେଖିବାକୁ ମିଳିଛି। ଠିକ୍ ଭାବରେ ଠିକ୍ ସମୟରେ ପାଣି ନ ଛାଡୁଥିବାରୁ ଲୋକେ ଦୂଷିତ କୂଅ ଗାଡିଆର ପାଣି ସଂଗ୍ରହ କରି ପିଉଥିବାରୁ ନାନା ରୋଗର ଶିକାର ହେଉଛନ୍ତି । ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସରପଞ୍ଚ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’