Masthead

ଆମେ କୌଣସି ଆର୍ଥିକ ସହାୟତା ଚାହୁଁନା: ଅରିନ୍ଦମଙ୍କ ଭଉଣୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  କଟକ ମହାନଦୀ ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ଗତ ଶୁକ୍ରବାର ଘଟିଥିବା ବୋଟ ଟ୍ରାଜେଡିରେ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ମାମଲା । ତେବେ ଏହି ଘଟଣାକୁ ଆଜିକି ୮ ଦିନ ବିତି ଗଲାଣି । ଅରିନ୍ଦମଙ୍କ ଅକାଳ ବିୟୋଗରେ ଚାରିଆଡୁ ଶୋକ ପ୍ରକାଶ ପାଇଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ତାଙ୍କ ପରିବାର ଲୋକେ । ଅରିନ୍ଦମଙ୍କ ଏପରି ଚାଲିଯିବାର ଦୁଃଖରେ ପରିବାର ଲୋକ ଭାଙ୍ଗି ପଡିଥିବା ବେଳେ ଅଧିକ ଦୁଃଖ ଆଣିଛି ଅରିନ୍ଦମଙ୍କ ନାଁରେ ହେଉଥିବା ଅପପ୍ରଚାର । ତେବେ ଅରିନ୍ଦମଙ୍କ ପରିବାର ଆର୍ଥିକ ସହାୟତା ଚାହୁଁଥିବାର କିଛି ଲୋକେ ସୋସିଆଲ ମିଡିଆରେ ଅପପ୍ରଚାର କରୁଛନ୍ତି । ଯାହାକି ଆଦୌ ଗ୍ରହଣୀୟ ନୁହେଁ ।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଅରିନ୍ଦମଙ୍କ ନାଁରେ ମିଥ୍ୟା ଅପପ୍ରଚାର କରାଯାଉଛି । ଅସହ୍ୟ ଯନ୍ତ୍ରଣା ପରେ ଶେଷରେ ଏ ନେଇ ସୋସିଆଲ ମିଡିଆରେ ଜାବାବ୍ ରଖିଛନ୍ତି ଝରଣା । ତେବେ ଟ୍ୱିଟ କରିଛନ୍ତି ଯେ, ଆମେ ଏକ ଯୌଥ ପରିବାରରେ ଅଛୁ । ଆମେ ୩ ଭଉଣୀ ଓ ୨ ଭାଇ । ଆମ ସହ ମା,କକା,ଖୁଡୀ,ଭାଉଜ(ଅରିନ୍ଦମଙ୍କ ପତ୍ନୀ) ଓ ପୁଅ ଅଛନ୍ତି । ଆମେ ଭାଇଭଉଣୀ ଆର୍ଥିକ ଦୃଷ୍ଟି କୋଣରୁ ଖୁବ ସ୍ୱଚ୍ଛଳ । ଆମେ ଏକ ଯୌଥ ପରିବାରରୁ ହୋଇଥିବାରୁ ଭଇଙ୍କର ସମସ୍ତ ଦାୟିତ୍ୱ ତୁଲାଇପାରିବୁ । ଝରଣା ଆହୁରି ଲେଖିଛନ୍ତି ଆମ ଅରିନ୍ଦମ ଭାଇ ଜଣେ ସ୍ୱଚ୍ଛ ହୃଦୟର ପିଲା ଥିଲେ । ଭାଇ ସବୁବେଳେ ତା କାମକୁ ନେଇ ଉତ୍ସର୍ଗୀକୃତ ଥିଲା । ସେ କେବେ ହେଲେ ଟଙ୍କା ପଛରେ ଗୋଡାଉ ନ ଥିଲେ । ଆମେ ଏକ ପରିବାର ହିସାବରେ ଭାଇର ସ୍ତ୍ରୀ ଓ ପିଲାର ଦାୟିତ୍ୱ ନେଇ ପାରିବୁ ।

https://twitter.com/Jharna_2wt/status/1443793114230001671?s=20

ସେ କହିଛନ୍ତି ସୋସିଆଲ ମିଡିଆରେ ଆମର ଟଙ୍କା ଦରକାର ବୋଲି ହେଉଥିବା ଅପପ୍ରଚାରକୁ କଦାପି ବିଶ୍ୱାସ କରନ୍ତୁ ନାହିଁ । ଆମ ପରିବାର ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିବା ସମସ୍ତଙ୍କୁ ମୋର ଆନ୍ତରିକତାରୁ ଧନ୍ୟବାଦ ଜଣାଉଛି । ମୋର ଭାଇର ବିୟୋଗରେ ଯେଉଁମାନେ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଅନୁରୋଧ କରୁଛି, ଦୟା କରି ଏପରି ଅପପ୍ରଚାର କରନ୍ତୁ ନାହଁ । ଏପରି ନ୍ୟୁଜ ସୋସିଆଲ ମିଡିଆରେ ଭାଇରାଲ କରନ୍ତୁ ନାହିଁ । ଆପଣଙ୍କ ପରିବାରରେ ଏପରି କିଛି ଅଘଟଣ ଘଟିଥିଲେ ଆପଣଙ୍କ ମାନସିକ ସ୍ଥିତି କିପରି ହୋଇଥିାନ୍ତା । ତେଣୁ ଅନ୍ୟର ଦୁଃଖର ଫାଇଦା ଉଠାନ୍ତୁ ନାହିଁ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ 🔴 ବାଲି ଘାଟ ଉପରେ ଅଧିକାରୀଙ୍କ ଚଢାଉ 🔴 ଓଡ଼ିଶାରୁ ବାଂଲାଦେଶକୁ ଲମ୍ବିଛି ଯୁବତୀ ଚାଲାଣ ଚେର 🔴 କପି କଲେ ୫ ବର୍ଷ ଜେଲ୍ , ୧୦ ଲକ୍ଷ ଜରିମାନା 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼