Masthead

ଆମେ କୌଣସି ଆର୍ଥିକ ସହାୟତା ଚାହୁଁନା: ଅରିନ୍ଦମଙ୍କ ଭଉଣୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  କଟକ ମହାନଦୀ ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ଗତ ଶୁକ୍ରବାର ଘଟିଥିବା ବୋଟ ଟ୍ରାଜେଡିରେ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ମାମଲା । ତେବେ ଏହି ଘଟଣାକୁ ଆଜିକି ୮ ଦିନ ବିତି ଗଲାଣି । ଅରିନ୍ଦମଙ୍କ ଅକାଳ ବିୟୋଗରେ ଚାରିଆଡୁ ଶୋକ ପ୍ରକାଶ ପାଇଥିବା ବେଳେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ତାଙ୍କ ପରିବାର ଲୋକେ । ଅରିନ୍ଦମଙ୍କ ଏପରି ଚାଲିଯିବାର ଦୁଃଖରେ ପରିବାର ଲୋକ ଭାଙ୍ଗି ପଡିଥିବା ବେଳେ ଅଧିକ ଦୁଃଖ ଆଣିଛି ଅରିନ୍ଦମଙ୍କ ନାଁରେ ହେଉଥିବା ଅପପ୍ରଚାର । ତେବେ ଅରିନ୍ଦମଙ୍କ ପରିବାର ଆର୍ଥିକ ସହାୟତା ଚାହୁଁଥିବାର କିଛି ଲୋକେ ସୋସିଆଲ ମିଡିଆରେ ଅପପ୍ରଚାର କରୁଛନ୍ତି । ଯାହାକି ଆଦୌ ଗ୍ରହଣୀୟ ନୁହେଁ ।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଅରିନ୍ଦମଙ୍କ ନାଁରେ ମିଥ୍ୟା ଅପପ୍ରଚାର କରାଯାଉଛି । ଅସହ୍ୟ ଯନ୍ତ୍ରଣା ପରେ ଶେଷରେ ଏ ନେଇ ସୋସିଆଲ ମିଡିଆରେ ଜାବାବ୍ ରଖିଛନ୍ତି ଝରଣା । ତେବେ ଟ୍ୱିଟ କରିଛନ୍ତି ଯେ, ଆମେ ଏକ ଯୌଥ ପରିବାରରେ ଅଛୁ । ଆମେ ୩ ଭଉଣୀ ଓ ୨ ଭାଇ । ଆମ ସହ ମା,କକା,ଖୁଡୀ,ଭାଉଜ(ଅରିନ୍ଦମଙ୍କ ପତ୍ନୀ) ଓ ପୁଅ ଅଛନ୍ତି । ଆମେ ଭାଇଭଉଣୀ ଆର୍ଥିକ ଦୃଷ୍ଟି କୋଣରୁ ଖୁବ ସ୍ୱଚ୍ଛଳ । ଆମେ ଏକ ଯୌଥ ପରିବାରରୁ ହୋଇଥିବାରୁ ଭଇଙ୍କର ସମସ୍ତ ଦାୟିତ୍ୱ ତୁଲାଇପାରିବୁ । ଝରଣା ଆହୁରି ଲେଖିଛନ୍ତି ଆମ ଅରିନ୍ଦମ ଭାଇ ଜଣେ ସ୍ୱଚ୍ଛ ହୃଦୟର ପିଲା ଥିଲେ । ଭାଇ ସବୁବେଳେ ତା କାମକୁ ନେଇ ଉତ୍ସର୍ଗୀକୃତ ଥିଲା । ସେ କେବେ ହେଲେ ଟଙ୍କା ପଛରେ ଗୋଡାଉ ନ ଥିଲେ । ଆମେ ଏକ ପରିବାର ହିସାବରେ ଭାଇର ସ୍ତ୍ରୀ ଓ ପିଲାର ଦାୟିତ୍ୱ ନେଇ ପାରିବୁ ।

https://twitter.com/Jharna_2wt/status/1443793114230001671?s=20

ସେ କହିଛନ୍ତି ସୋସିଆଲ ମିଡିଆରେ ଆମର ଟଙ୍କା ଦରକାର ବୋଲି ହେଉଥିବା ଅପପ୍ରଚାରକୁ କଦାପି ବିଶ୍ୱାସ କରନ୍ତୁ ନାହିଁ । ଆମ ପରିବାର ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିବା ସମସ୍ତଙ୍କୁ ମୋର ଆନ୍ତରିକତାରୁ ଧନ୍ୟବାଦ ଜଣାଉଛି । ମୋର ଭାଇର ବିୟୋଗରେ ଯେଉଁମାନେ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଅନୁରୋଧ କରୁଛି, ଦୟା କରି ଏପରି ଅପପ୍ରଚାର କରନ୍ତୁ ନାହଁ । ଏପରି ନ୍ୟୁଜ ସୋସିଆଲ ମିଡିଆରେ ଭାଇରାଲ କରନ୍ତୁ ନାହିଁ । ଆପଣଙ୍କ ପରିବାରରେ ଏପରି କିଛି ଅଘଟଣ ଘଟିଥିଲେ ଆପଣଙ୍କ ମାନସିକ ସ୍ଥିତି କିପରି ହୋଇଥିାନ୍ତା । ତେଣୁ ଅନ୍ୟର ଦୁଃଖର ଫାଇଦା ଉଠାନ୍ତୁ ନାହିଁ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଜାମ୍ମୁ କାଶ୍ମୀରେ ସିଆରପିଏଫ ଯାନ ର୍ଦୁଘଟଣା ଗ୍ରସ୍ଥ : ୩ ଯବାନଙ୍କ ମୃତ,୧୬ ଯବାନ ଆହାତ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା