Before Header

ହାପି ବାର୍ଥ୍ ଡେ ହିନା

0 7

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଟେଲିଭିଜନ୍ ଜଗତର ପପୁଲାର ଆକ୍ଟ୍ରେସ୍ ହେଉଛନ୍ତି ହିନା ଖାନ୍ । ଟିଭି ଜଗତରୁ ନିଜ କ୍ୟାରିୟର ଆରମ୍ଭ କରି ଆଜି ସେ ସବୁଠି ବେଶ୍ ପପୁଲାର । ଆଜି ହେଉଛି ହିନା ଖାନଙ୍କର ଜନ୍ମଦିନ । ସେ ଆଜି ୩୪ ବର୍ଷରେ ପାଦ ଥାପିଛନ୍ତି । ତାଙ୍କର ଏହି ସ୍ପେସିଆଲ ଡେ ରେ ବି ଟାଉନରେ ଛୁଟିଛି ସୁଭେଚ୍ଛାର ସୁଅ । ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛନ୍ତି । ଏହା ସହ ହିନାଙ୍କର ଅନେକ ଫ୍ୟାନ୍ସ ତାଙ୍କ ପାଇଁ କିଛି ସ୍ପେସିଆଲ ପୋଷ୍ଟ୍ ବି ସେୟାର କରିଛନ୍ତି ।

ତେବେ ପ୍ରଥମେ ୨୦୦୮ରେ ହିନା ସଙ୍ଗିଙ୍ଗ୍ ରିୟଲିଟି ଶୋ ଇଣ୍ଡିଆନ୍ ଆଇଡଲ୍ ଜରିଆରେ ଏଣ୍ଟ୍ରି କରିଥିଲେ ଗ୍ଲାମର୍ ଦୁନିଆକୁ । ଜଣେ ସିଙ୍ଗର ହେବାକୁ ଆସିଥିବା ହିନାଙ୍କୁ ୨୦୦୯ରେ ସିରିୟଲ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ର ଅଫର ମିଳିଥିଲା । ସେବେଠୁ ହିଁ ସେ ତାଙ୍କ ଅଭିନୟର ଜର୍ଣ୍ଣି ଆରମ୍ଭ ହୋଇଥିଲା । ଘରେ ଘରେ ସେ ଅକ୍ସରା ନାଁ ରେ ସବୁଠି ପରିଚିତ ଥିଲେ । ତାଙ୍କ ଦମଦାର ଅଭିନୟ ସମସ୍ତଙ୍କ ମନ କିଣି ନେଇଥିଲା । ସିରିୟଲରେ ଦୀର୍ଘ ୮ ବର୍ଷର ଜର୍ଣ୍ଣି ପରେ ତାଙ୍କୁ ଅନେକ ୱବ୍ ସିରିଜର ଅଫର ମିଳିଥିଲା । ଏହା ସହ ସେ ଷ୍ଟଣ୍ଟ୍ ସୋ ଖତରୋଁ କି ଖିଲାଡି ସିଜିନ-୮ ରେ ବି ନଜର ଆସିଥିଲେ । ଏହି ଶୋ ରେ ପ୍ରଥମ ରନର ଅପ୍ ହେବା ପରେ ପୁଣି ସେ ବିଗ୍ ବସ୍ -୧୧ରେ ଜଣେ ସେଲିବ୍ରିଟି କଣ୍ଟେଷ୍ଟେଣ୍ଟ୍ ଭାବରେ ନଜର ଆସିଥିଲେ । ରିୟଲିଟି ଶୋ ରେ ଅନେକ ପପୁଲାରିଟି ପାଇବା ପରେ ତାଙ୍କୁ ପୁଣି ଥରେ ସୁପରହିଟ୍ ସିରିୟଲ୍ ‘କସୋଟି ଜିନ୍ଦେଗୀ’ ରେ ଏକ ଦମଦାର ଭୂମିକାରେ ଦେଖିବାକୁ ମିଳିଥିଲା । କୋମଲିକା ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ କଣିଥିଲେ ହିନା । ଏହା ସହ ସେ ନାଗିନ୍ ସିରିଜ୍ ରେ ବି ନଜର ଆସିଥିଲେ ।

ତେବେ ଟେଲିଭିଜନ୍ ଦୁନିଆରେ ଅନେକ ପପୁଲାରିଟି ପାଇବା ପରେ ହିନା ଅନେକ ୱେବ୍ ସିରିଜ୍ ଏବଂ ମୁଭିରେ ବି ନଜର ଆସିଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ହ୍ୟାକଡ୍, ଅନଲକ୍, ହ୍ୱିଶଲିଷ୍ଟ୍, ଲାଇନସ୍, ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇ ବେଶ୍ ସଫଳତା ପାଇଛି । ଏହା ବ୍ୟତୀତ ହିନାଙ୍କର ଏବେ ଆଲବମ୍ ଜଗତରେ ବି ବେଶ୍ ଡିମାଣ୍ଡ ରହିଛି । ରିସେଣ୍ଟଲି ରିଲିଜ୍ ହୋଇଥିବା ତାଙ୍କ ଅଭିନୀତ ସଙ୍ଗ୍ ‘ବାରିଶ ବନ୍ ଜାନା’ ସୁପର ହିଟ୍ ହେବା ପରେ ଏବେ ତାଙ୍କର ଆଉ ଏକ ସଙ୍ଗ୍ ‘ମେଁ ଭି ବେଦର୍ଦ’ ରିଲିଜ୍ ହୋଇଛି । ତେବେ ଆଗକୁ ହିନା ପୁଣି କେଉଁ ଅବତାରରେ ନଜର ଆସୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.