Masthead

ରାଜ୍ୟରେ କମିଲା ଶୀତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨.୩ ଡିଗ୍ରୀ ସେଲସିୟସ ଛୁଇଁଛି । ୧୯ଟି ସ୍ଥାନରେ ଦିନ ପାରଦ ୩୦ ଡିଗ୍ରୀ ଉପରେ ଥିବାବେଳେ ସେଥିରୁ ୭ଟି ଜାଗାରେ ତାପମାତ୍ରା ୩୧ ଡିଗ୍ରୀ ଉପରେ ଥିଲା । ବୁଧବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୧.୪, ପାରାଦୀପରେ ୩୧.୪, ଭଦ୍ରକରେ ୩୧.୨, ପାରଳାଖେମୁଣ୍ଡିରେ ୩୧.୨, ଅନୁଗୁଳରେ ୩୧.୧, ଜଗତସିଂହପୁରରେ ୩୧ ଡିଗ୍ରୀ, ସମ୍ବଲପୁର ୩୦.୮, ପୁରୀ ୩୦.୭ ଡିଗ୍ରୀ ଥିଲା ।

ଅନ୍ୟପଟେ ରାତି ତାପମାତ୍ରା ବଢ଼ିଛି । ଗତ ୪ ଦିନ ଭିତରେ ଉପକୂଳରେ ରାତି ତାପମାତ୍ରା ୩ ଡିଗ୍ରୀ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି ପାଇଛି । ମଙ୍ଗଳବାର ରାତିରେ ଜି.ଉଦୟଗିରି ତାପମାତ୍ରା ୫.୮, ସେମିଳିଗୁଡ଼ା ୭.୬, ଫୁଲବାଣୀ ୯ ଡିଗ୍ରୀ ଥିଲା । ପାଣିପାଗ ବିଭାଗର ଆକଳନ, ବର୍ତ୍ତମାନ ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ୨୬ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି