Masthead

ଦିନ ସାଢେ ୧୧ଟାରେ ସୁଦ୍ଧା ବାଲେଶ୍ବର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜଳୁଛି ଓଡ଼ିଶା । ସାରା ରାଜ୍ୟରେ ତାପମାତ୍ରା ଉପରମୁହାଁ । ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଖରାର ପ୍ରକୋପ ବଢ଼ିବାରେ ଲାଗିଛି । ଏମିତିକି ଘରୁ ବାହାରିଲେ ଦେହ ହାତ ପୋଡି ଯାଉଛି । ରାଜ୍ୟକୁ ଉତ୍ତର, ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ପବନର ପ୍ରବାହ ଧୀରେ ଧୀରେ ବଢୁଛି । ଏଥିପାଇଁ ଦିନବେଳା ତାତି ବଢ଼ିଚାଲିଛି । ଆଗକୁ ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ନେଇ ପାଣିପାଗର ସୂଚନା। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାତି ୪୨ ଡିଗ୍ରୀ ଛୁଇଁପାରେ । ପ୍ରଚଣ୍ଡ ତାତି ଯୋଗୁ ସୋମବାରଠାରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅରମ୍ଭ ହୋଇଛି । ସକାଳୁ ସକାଳୁ ତାପମାତ୍ରା ୩୦ ଟପିଥିବା ଦେଖିବାକୁ ମିଳିଥିବା ବେଳେ ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ରେକର୍ଡ ହୋଇଛି ।

ରେକର୍ଡ ତାପମାତ୍ରା ଅନୁଯାୟୀ, ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର ହୋଇଛି । ବାଲେଶ୍ୱରରେ ୩୯.୬°, ଭୁବନେଶ୍ୱରରେ ୩୯.୨°, ଚାନ୍ଦବାଲିରେ ୩୮.୭°, ଝାରସୁଗୁଡାରେ ୩୮.୪°, କେନ୍ଦୁଝରରେ ୩୮°, ହୀରାକୁଦରେ ୩୭.୫°, ରାଉରକେଲାରେ ୩୭°, ସମ୍ବଲପୁରରେ ୩୬.୮°, ଗୋପାଳପୁରରେ ୩୫.୨°, ପାରାଦୀପରେ ୩୫°, ପୁରୀରେ ୩୪.୫° ସେଲସିୟସ୍ ରେକର୍ଡ ହୋଇଛି । ସେପଟେ ସକାଳୁ ୮ଟା ୩୦ସୁଦ୍ଧା ଭୁବନେଶ୍ୱରରେ ୩୨.୬°, ପାରାଦୀପରରେ ୩୨°, ପୁରୀରେ ୩୨°, କେନ୍ଦୁଝରରେ ୩୨°, ବାଲେଶ୍ୱରରେ ୩୧.୮°, ଚାନ୍ଦବାଲରେ ୩୧.୬°, ଝାରସୁଗୁଡାରେ ୩୦.୮°, ହୀରାକୁଦରେ ୩୦.୨°, ସମ୍ୱଲପୁରରେ ୩୦°, ରାଉରକେଲାରେ ୩୦°, ଗୋପାଳପୁରରେ ୨୯.୮° ତାପମାତ୍ରା ରେକର୍ଡ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର