Masthead

ପଶ୍ଚିମବଙ୍ଗ ହିଂସା ମାମଲା: ୯ଟି ଏଫଆଇଆର ରୁଜୁ କଲା ସିବିଆଇ

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡର ତଦନ୍ତ ଆରମ୍ଭ କରିଛି ସିବିଆଇ । ତଦନ୍ତ ଆରମ୍ଭରୁ ୯ଟି ଏଫଆଇଆର ପଞ୍ଜିକରଣ କରିସାରିଥିବା ଜଣାପଡ଼ିଛି । ଆଜି ପଶ୍ଚିମବଙ୍ଗ ପୋଲିସ ସିବିଆଇକୁ ସବିଶେଷ ବିବରଣୀ ପ୍ରଦାନ କରିବ । ଏହାପରେ ଅଧିକରୁ ଅଧିକ ଏଫଆଇଆର ଫାଇଲ କରିପାରିବ ସିବିଆଇ ।

ତେବେ ୯ଟି ଏଫଆଇଆର ମଧ୍ୟରୁ ଗୋଟିଏ ରହିଛି ଅଭିଜିତ ସର୍କରାଙ୍କ ମୃତ୍ୟୁ ମାମଲା । ତାଙ୍କୁ ହତ୍ୟା କରାଯାଇଥିବା ସିବିଆଇ ନିକଟରେ ଅଭିଯୋଗ ହୋଇଛି । ସେହିପରି ହିଂସାରେ ପ୍ରଭାବିତ ହୋଇଥିବା ପୀଡ଼ିତ ମାନଙ୍କଠାରୁ ବୟାନ ରେକର୍ଡ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଫରେନସିକ ବିଶେଷଜ୍ଞ ମାନଙ୍କ ସହ ଆଜି ଘଟଣାସ୍ଥଳ ପରିଦର୍ଶନ କରିବେ ସିବିଆଇ ଅଧିକାରୀ । ଏଥିପାଇଁ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରିଛି କରାହୋଇଛି ।

ଏହି ଟିମରେ ମୋଟ ୨୫ଜଣ ଅଧିକାରୀଙ୍କୁ ୪ଟି ଦଳରେ ବିଭକ୍ତ କରାଯାଇଛି । ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ପରେ ଘଟିଥିବା ହିଂସାକାଣ୍ଡକୁ ନେଇ ହାଇକୋର୍ଟ ଶୁଣାଣି କରି ସିବିଆଇକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ୬ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ