ଚର୍ଚ୍ଚାରେ ଲୋକ ସଭା ଏମପି ପପ୍ପୁ ଯାଦବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ ଲୋକ ସଭା ଏମପି  ପପ୍ପୁ ଯାଦବ । ଶପଥ ନେବା ବେଳେ ସେ ଏମିତି କିଛି କହିଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଲୋକ ସଭା ଏମପି ଭାବେ ବିହାରର ପୁର୍ନିଆ ଆସନରୁ ନିର୍ବାଚିତ ପପ୍ପୁ ଯାଦବ ଶପଥ ନେଇଥିଲେ । ।ସେ ପ୍ରଣାମ ପୁର୍ନିଆ,ପ୍ରଣାମ ବିହାର, ସଲାମ ବିହାର, ଜୋହାର ବିହାର ସହ ନିଜର ଶପଥ ଆରମ୍ଭ କରିଥିଲେ। ପରେ ସେ ମୈଥିଲି ଭାଷାରେ ଶପଥ ନେଇଥିଲେ । ଶପଥ ନେବା ପରେ ପପ୍ପୁ ଯାଦବ ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଏବଂ ଅନ୍ୟ ପ୍ରସଙ୍ଗ ଉଠାଇଥିଲେ।

ଏହାକୁ ଶୁଣି ଗୃହରେ ବସିଥିବା ଏମପିମାନେ ଆପତ୍ତି ଉଠାଇଥିଲେ। ଏହାପରେ ପପ୍ପୁ ଯାଦବ ରାଗି ଯାଇ ଏଭଳି କିଛି କହିଥିଲେ ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଥିଲେ ୬ ଥରର ଏମ୍‌ପି ହେଲଣି, ଆପଣ ମୋତେ ଶିଖାଇବେ । ତେବେ ପପ୍ପୁ ଯାଦବ ଶପଥ ଗ୍ରହଣ ସମୟରେ ReNEET ଦାବି କରିଥିଲେ। ସେହିଭଳି ସେ ଶପଥ ନେବା ପରେ – ବହୁତ ବହୁତ ଧନ୍ୟବାଦ ସହ ReNEET ବିହାର, ସ୍ବତନ୍ତ୍ର ରାଜ୍ୟ ମାନ୍ୟତା, ସୀମାଞ୍ଚଳ ଜିନ୍ଦାବାଦ, ମାନବତାବାଦ ଜିନ୍ଦାବାଦ, ଭୀମ ଜିନ୍ଦାବାଦ, ସମ୍ବିଧାନ ଜିନ୍ଦାବାଦ ବୋଲି ମଧ୍ୟ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’