Masthead

ଲାଏ ଡିଟେକ୍ସନ ଟେଷ୍ଟରେ କ’ଣ କହିଲେ ବିଦ୍ୟାଭାରତୀ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ସରିଲା ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ । ଭୁବନେଶ୍ୱର ଷ୍ଟେଟ୍ ଫରେନ୍ସିକ ଲ୍ୟାବରେ ତାଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ଦୀର୍ଘ ୪ ଘଣ୍ଟା ଧରି ବିଦ୍ୟାଭାରତୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଯେଉଁଥିରେ ବିଦ୍ୟାଭାରତୀ କ୍ରାଇମବ୍ରାଞ୍ଚର ୧୦୦ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା ।

ସୌମ୍ୟଙ୍କ ମୃତ୍ୟୁ କେମିତି ହେଲା? ନିଆଁ ଲାଗିବା ସମୟରେ କ’ଣ କରୁଥିଲେ? ସୌମ୍ୟଙ୍କୁ ବଞ୍ଚାଇବା ପାଇଁ କ’ଣ କରିଥିଲେ? ଘଟଣା ସମୟରେ ପାଖରେ ଆଉ କିଏ ଥିଲେ? ଘଟଣା ସମ୍ପର୍କରେ ସୌମ୍ୟଙ୍କ ପରିବାରକୁ ଖବର ଦେଇଥିଲେ କି? ଡିଏଫଓ ଘଟଣା ସ୍ଥଳକୁ ଯାଇଥିଲେ କି? ଡିଏଫଓଙ୍କ ସହ ସମ୍ପର୍କ କ’ଣ? ସୌମ୍ୟଙ୍କ ସହ ସମ୍ପର୍କ କେମିତି ଥିଲା? ସୌମ୍ୟଙ୍କ ସହ ଝଗଡ଼ା ହୋଇଥିଲା କି? ସୌମ୍ୟଙ୍କ ପରିବାର ଲୋକ ଆଣିଥିବା ଅଭିଯୋଗର ସତ୍ୟତା ଅଛି କି? ଏଭଳି ୧୦୦ ପ୍ରଶ୍ନ ବିଦ୍ୟାଭାରତୀଙ୍କ ପାଇଁ ପ୍ରସ୍ତୁତ କରିଥିଲା କ୍ରାଇମବ୍ରାଞ୍ଚ । ଯାହାର ଉତ୍ତର ଦେଇଥିଲେ ବିଦ୍ୟାଭାରତୀ । ଏଠାରେ ପ୍ରଶ୍ନ ଉଠୁଛି ସତ କହିଲେ ତ ବିଦ୍ୟାଭାରତୀ? ଲାଏ ଡିଟେକ୍ସନ ଟେଷ୍ଟରେ କ’ଣ କହିଛନ୍ତି ବିଦ୍ୟାଭାରତୀ? ତାହା ଏବେ ସନ୍ଦେହ ଘେରରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି