Masthead

ଚନ୍ଦ୍ରର ଦକ୍ଷିଣ ମେରୁରରେ କ’ଣ ଅଛି ଯେଉଁଠି କେହି ପହଞ୍ଚିପାରିନାହାନ୍ତି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚନ୍ଦ୍ରରେ ଚତୁର୍ଥ ଦେଶ ଭାବେ ପାଦ ଥାପିଛି ଭାରତ । ପୂର୍ବରୁ ଆମେରିକା, ସୋଭିଏତ ଋଷ, ଚୀନ ଯାଇଛନ୍ତି । କିନ୍ତୁ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପିବାରେ ପ୍ରଥମ । ଚନ୍ଦ୍ରର ଦକ୍ଷିଣ ମେରୁରେ ପୂର୍ବରୁ କୌଣସି ଦେଶ ପାଦ ଥାପିବାରେ ସଫଳ ହୋଇନାହାନ୍ତି । କିଛି ଦିନ ପୂର୍ବରୁ ଋଷିଆର ଯାନ କ୍ରାସ କରିଯାଇଥିଲା । ତେଣୁ ଭାରତର ମହାକାଶ ବିଜ୍ଞାନ ଇସ୍ରୋକୁ ଗୋଟେ ବଡ଼ ଉଚ୍ଚତାକୁ ନେଇଯାଇଛି । ତେବେ ପ୍ରଶ୍ନ ଉଠୁଛି ଚନ୍ଦ୍ରର ଦକ୍ଷିଣ ମେରୁରରେ କ’ଣ ଅଛି ଯେଉଁଠି କେହି ପହଞ୍ଚିପାରିନାହାନ୍ତି । ଆଉ ଦକ୍ଷିଣମେରୁକୁ ଯିବା ଗୋଟେ ବଡ଼ ସଫଳତା ।

ଆଗକୁ ଏହି ଦକ୍ଷିଣ ମେରୁରେ ଚନ୍ଦ୍ରାୟନ-୩ ପହଞ୍ଚିବା ଦ୍ୱାରା କ’ଣ କ’ଣ ତଥ୍ୟ ମିଳିପାରିବ ? ତେବେ ଋଷିଆର ଲୁନା-୨୫ ମହାକାଶଯାନ ଚଳିତ ସପ୍ତାହରେ ଦକ୍ଷିଣ ମେରୁରରେ ଅବତରଣ କରିବାର ଥିଲା ନିୟନ୍ତ୍ରଣ ହରାଇ କ୍ରାସ ହୋଇଯାଇଥିଲା । ଚନ୍ଦ୍ରର ବିଷୁବ ମେରୁ ଅଞ୍ଚଳଠାରୁ ବହୁ ଦୂରରେ ଥିବା ଦକ୍ଷିଣ ମେରୁଟି ଖାଲଖମାରେ ପରିପୂର୍ଣ୍ଣ । ୨୦୧୯ରେ ଚନ୍ଦ୍ରୟାନ-୨ ଲ୍ୟାଣ୍ଡ କରିବାରେ ବିଫଳ ହୋଇଥିଲା । ସେପଟେ ୧୯୬୦ ଦଶକରେ ପ୍ରଥମ ଆପୋଲ ଲ୍ୟାଣ୍ଡ ପୂର୍ବରୁ ବୈଜ୍ଞାନିକମାନେ ଅନୁମାନ କରିଥିଲେ ଯେ ଚନ୍ଦ୍ରରେ ଜଳ ଥାଇପାରେ । କିନ୍ତୁ ଆପୋଲ କର୍ମଚାରୀମାନେ ୧୯୬୦ ଦଶକର ଶେଷ ଭାଗ ଏବଂ ୧୯୭୦ ଦଶକର ପ୍ରାରମ୍ଭରେ ଚନ୍ଦ୍ରରୁ ଯେଉଁ ନମୁନା ବିଶ୍ଲେଷଣ ପାଇଁ ନେଇ ଫେରିଥିଲେ ତାହା ଶୁଷ୍କ ଥିଲା ।

୨୦୦୮ରେ ବ୍ରାଉନ ୟୁନିଭରସିଟିର ଗବେଷକମାନେ ନୂତନ ଜ୍ଞାନକୌଶଳରେ ଚନ୍ଦ୍ର ନମୁନାଗୁଡିକର ପୁନଃପରୀକ୍ଷା କରିଥିଲେ । ସେଥରୁ ହାଇଡ୍ରୋଜେନ୍ ପାଇଥିଲେ । ୨୦୦୯ରେ ଇସ୍ରୋ ନାସାର ଏକ ଉପକରଣ ଦ୍ୱାରା ଚନ୍ଦ୍ରପୃଷ୍ଠରେ ଜଳଥିବା ଜଣପଡ଼ିଥିଲା । ସେହିବର୍ଷ ଚନ୍ଦ୍ରର ଦକ୍ଷିଣମେରୁରୁକୁ ଧକ୍କାଦେଇ ଥିବା ନାସାର ଆଉ ଏକ ଯାନ ଚନ୍ଦ୍ରପୃଷ୍ଠ ତଳେ ବରଫ ଦେଖିବାକୁ ପାଇଥିଲା । ପୂର୍ବରୁ ୧୯୯୮ ରେ ଜଳ ବରଫର ସର୍ବାଧିକ ସାନ୍ଦ୍ରତା ଥିବା ପ୍ରମାଣ ପାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା