Masthead

ଆଜି ପବିତ୍ର ମହା ଶିବରାତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ମହା ଶିବରାତ୍ରୀ। ସବୁଆଡ଼େ ଚଳଚଞ୍ଚଳ ଶୈବପୀଠ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶିବ ମନ୍ଦିରରେ ଜାଗର ପାଳନ ପାଇଁ ରାଜ୍ୟ ସରକାର ଏସ.ଓ.ପି ଜାରି କରିଛନ୍ତି। ଚଳିତବର୍ଷ ଶ୍ରୀଲିଙ୍ଗରାଜ ମନ୍ଦିରରେ ସୁରୁଖୁରୁରେ ଜାଗର ଯାତ୍ରା ହେବା ସହ ନିର୍ଦ୍ଧାରିତ ହୋଇଥିବା ସମୟରେ ମହାଦୀପ ଉଠିବ ବୋଲି କହିଛନ୍ତି ଜିଲ୍ଲାପାଳ ।

କୋଭିଡ କଟକଣାକୁ ଆଖିରେ ରଖି ମନ୍ଦିର ଭିତରେ ଦୀପ ଜାଳିବେ ଭକ୍ତ । ସେହିପରି ରାଜ୍ୟର ଅନ୍ୟ ପ୍ରମୁଖ ଶୈବ ପୀଠଗୁଡ଼ିକରେ ମଧ୍ୟ କୋଭିଡ କଟକଣା ମଧ୍ୟରେ ଜାଗର ପାଳନ କରାଯିବ । ଶ୍ରୀଲୋକନାଥଙ୍କ ମହାଦୀପ ଭୋର ୪ଟାରେ ଉଠିବା ସହିତ ଭିତରକାଠ ନିକଟରେ ଦର୍ଶନର ବ୍ୟବସ୍ଥା କରାଯାଇଛି। କପିଳାସ ପୀଠରେ ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟ ବାହାର ଭକ୍ତଙ୍କୁ ପ୍ରବେଶ ବାରଣ କରାଯାଇଛି । ସେହିପରି ପ୍ରମୁଖ ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଯାଇଛି।

Odisha artist creates stunning sculpture of Lord Shiva on Mahashivratri eve  on Puri beach - Trending News Newsସେପଟେ ବାଲୁକା ଚିତ୍ରକଳାରେ ମହାଶିବରାତ୍ରୀରେ ୧୧୫ ଫୁଟ ଲମ୍ବର ମହାଦେବଙ୍କ ବିଶାଳ ବାଲୁକା ଚିତ୍ରକଳା କରି ଶୁଭେଚ୍ଛା ଜଣାଇଛନ୍ତି ମାନସ ସାହୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ