Masthead

ଆବାସ ଯୋଜନାରେ କେବେ ସାମିଲ ହେବେ ମଙ୍ଗରାଜ

ତିଗିରିଆ(ବଡ଼ ଖବର ବ୍ୟୁରୋ): ରାଜ୍ୟରେ କାର୍ଯ୍ୟକାରୀ ହେଉଛି ଆବାସ ଯୋଜନା । କିନ୍ତୁ ପ୍ରକୃତ ହିତାଧିକାରୀ ଉପକୃତ ହେଉନଥିବାରୁ ଏହି ଯୋଜନା ପ୍ରହସନ ପାଲଟିଛି । ଯାହାର ନିଚ୍ଛକ ଉଦାହରଣ ହେଉଛନ୍ତି ତିଗିରିଆ ବ୍ଲକ ହାଟମାଳ ପଞ୍ଚାୟତ ନନ୍ଦପୁର ଗ୍ରାମର ଦିନ ମଜୁରିଆ ମଙ୍ଗରାଜ ପରିଡା (୫୫) ।ଲିଙ୍ଗରାଜଙ୍କ ପରିବାର କହିଲେ ସ୍ତ୍ରୀ ଡଲି ପରିଡା ଓ ଦୁଇପୁଅ। ପୂର୍ବରୁ ମଙ୍ଗରାଜ ଦିନ ମଜୁରି ଲାଗି ପରିବାର ଚଳାଉଥିଲେ । ଗୋଟିଏ ବଖରା ଚାଳଘରେ ଚାଲିଥିଲା ତାଙ୍କ ସଂସାର । କିନ୍ତୁ ଗତ କିଛିବର୍ଷ ହେଲା ତାଙ୍କ ପେଟରେ ଘା’ ବାହାରିବା ପରେ ଆଉ ମଜୁରି ଖଟିବା ପାଇଁ ଯାଇପାରୁନଥିବା କହିଛନ୍ତି ମଙ୍ଗରାଜ। ଘରର ଅବସ୍ଥା ଦେଖି ମଙ୍ଗରାଜଙ୍କର ଗୋଟିଏ ପୁଅ ସୁରତରେ ଦାଦନ ଖଟୁଛି । ବହୁ ଅସୁବିଧାରେ ଚାରିପ୍ରାଣୀ ଗୋଟିଏ ବଖରା ଚାଳଘରେ ମୁଣ୍ଡ ଗୁଞ୍ଜିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ଆଶାରେ ଗତ ତିନିବର୍ଷ ଧରି ମଙ୍ଗରାଜ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକଙ୍କୁ ଗୁହାରି କରି ଥକି ଗଲେଣି । ମାତ୍ର କେହି କର୍ଣ୍ଣପାତ କରୁନଥିବା କ୍ଷୋଭର ସହ କହିଛନ୍ତି ମଙ୍ଗରାଜ । ‘ବଡ ଖବର’ ମାଧ୍ୟମରେ ମଙ୍ଗରାଜଙ୍କ ସମ୍ପର୍କରେ ଜାଣିବାକୁ ପାଇଥିବା ତିଗିରିଆ ବିଡିଓ ଦୀପ୍ତିମୟୀ ବେହେରା ଯୋଗାଯୋଗ ବେଳେ କହିଛନ୍ତି । ପରିସ୍ଥିତି ଅନୁଧ୍ୟାନ ପାଇଁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସେ ପ୍ରକୃତ ହିତାଧିକାରୀ ହୋଇଥିବେ ତେବେ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡିଓ। ମଙ୍ଗରାଜଙ୍କୁ ଯଥାଶୀଘ୍ର ଘର ଖଣ୍ଡିଏ ଯୋଗାଇଦେବା ପାଇଁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି