Masthead

ମାଟି ଖୋଳିଲେ ବାହାରୁଛି ଚୁଡା

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ମାଟି ଖୋଳିଲେ ବାହାରୁଛି ଚୁଡା । କିଲେ ନୁହେଁ କି ଦୁଇକିଲୋ ନୁହେଁ ମାଟିତଳୁ ବାହାରୁଛି ବସ୍ତା ବସ୍ତା ଚୁଡା । ପ୍ରାକୃତିକ ବିପର୍ୟ୍ୟୟ ସମୟରେ ବିପଦରେ ଥିବା ଲୋକମାନଙ୍କ ପାଇଁ ଆସିଥିବା ଚୁଡ଼ାକୁ ନ ବାଣ୍ଟି ନଷ୍ଟ କରାଯାଇଥିବାର ବଡ଼ ପ୍ରମାଣ ମିଳିଛି କେନ୍ଦ୍ରାପଡ଼ା ରାଜନଗର ବ୍ଲକ ବାଘମାରୀ ପଞ୍ଚାୟତର ମଞ୍ଜୁଳାପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ । ବାତ୍ୟା ବିପନ୍ନଙ୍କ ପାଇଁ ଆସିଥିବା ହଜାର ହଜାର ଟଙ୍କାର ଚୁଡାକୁ ଲୋକମାନଙ୍କୁ ଦିଆନଯାଇ ଗାତ ଖୋଳି ପୋତି ଦିଆଯାଇଥିବା ଦେଖିବାକୁ ମିଳିଛି । ଲୁଣିପାଣି ମାଡି ଆସିବାରୁ ଜଳବନ୍ଦୀ ଅବସ୍ଥାରେ ଥିବା ବିପନ୍ନଙ୍କୁ ସ୍ଥାନାନ୍ତର କରି ରଖାଯାଇଥିଲା ।

ବାତ୍ୟା ସମୟରେ ଲୋକମାନଙ୍କୁ ରିଲିଫ ସାମଗ୍ରୀ ଠିକ ଭାବରେ ମିଳିନଥିବା ବେଳେ ଦୁଇମାସ ପରେ ସ୍କୁଲ ହତା ଭିତରେ ଏହି ଚୁଡାକୁ କିଏ କାହିଁକି ପୋତିଲା ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି ? ଅନ୍ୟପଟେ ରାଜନଗର ବ୍ଲକ କଂଗ୍ରେସ ଏନେଇ ରାଜନଗର ବିଡିଓଙ୍କୁ ଏକ ଦାବିପତ୍ର ଦେବା ସହିତ ୭ଦିନ ମଧ୍ୟରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ