Masthead

କେବେ ଲାଗିବ ଓଡ଼ିଆ ନାମ ଫଳକ

ଜଟଣୀ(ବଡ଼ ଖବର ବ୍ୟୁରୋ): କେବେ ମିଳିବ ଓଡିଆ ଭାଷାକୁ ସମ୍ମାନ । ସ୍ୱାଧୀନତାର ଏତେବର୍ଷ ବିତିଗଲାଣିି ତଥାପି ରାଜ୍ୟରେ ଓଡ଼ିଆ ଭାଷା ପ୍ରତି ସମ୍ମାନ ଦେଖିବାକୁ ମିଳୁନାହିଁ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧାରୋଡ ରେଳ ଡିଭିଜନର ଫଳକରେ । ଓଡ଼ିଆ ଭାଷାକୁ ୬ଷ୍ଠ ଶାସ୍ତ୍ରୀୟ ମାନତା ମିଳିବା ୭ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରେଳ ପ୍ରଶାସନ ଓଡ଼ିଆ ଭାଷାକୁ ନିଜ କାର୍ୟ୍ୟାଳୟ ନାମ ଫଳକରେ ସ୍ଥାନ ଦେବାକୁ କୁଣ୍ଠା ବୋଧ କରୁଛି। ରେଳ ପ୍ରଶାସନର ଓଡ଼ିଆ ଭାଷା ପ୍ରତି କେତେ ସମ୍ମାନ ଅଛି ତାହା ଜଳ ଜଳ ଦେଖାଯାଉଛି। ଏ ହେଉଛି ଜଟଣୀ ରେ ଥିବା ଇଷ୍ଟ କୋଷ୍ଟ ରେଲୱେ ମିକ୍ସଡ଼୍ ହାୟର ସେକେଣ୍ଡାରୀ ସ୍କୁଲ।

୧୯୧୫ ମସିହାରେ ସ୍ଥାପିତ ହୋଇଥିବା ସ୍କୁଲ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଦ୍ୱାରା ପରିଚାଳିତ। ଏଠାରେ ଓଡ଼ିଆ ଓ ଇଂରାଜୀ ବିଭାଗରେ ପିଲାମାନେ ପାଠ ପଢୁଛନ୍ତି। କିନ୍ତୁ ରେଳ ପ୍ରଶାସନ ଓଡ଼ିଆ ଭାଷାକୁ ସ୍କୁଲର ନାମ ଫଳକରେ ସ୍ଥାନ ଦେବାକୁ ଉଚିତ ମନେ କରିନାହାନ୍ତି। ଏହା କ’ଣ ଓଡ଼ିଆ ଭାଷା ଓ ଓଡ଼ିଆଙ୍କ ପ୍ରତି ଅସମ୍ମାନ ? ଏବେ ଦେଖନ୍ତୁ ଆଉ ଏକ ସ୍କୁଲର ଫଳକକୁ। ଏହାରେ ମଧ୍ୟ ସମାନ ଅବସ୍ଥା ଓଡିଆ ସାହିତ୍ୟ ଆଧାରରେ ଇଂରାଜୀ ମିଡିୟମ ହୋଇଥିଲେ ମଧ୍ୟ ସ୍କୁଲରେ ରାଜ୍ୟ ସରକାରଙ୍କ ପାଠ୍ୟ କ୍ରମରେ ଓଡ଼ିଆ ବହି ରହିବା ନିମନ୍ତେ ନିୟମ ରହିଛି । ତେବେ ସ୍କୁଲର ନାମ ଉତ୍କଳ ଅଛି ହେଲେ ଫକଳ ଲାଗିଛି ଇଂଲିସ । ଏଥିରୁ ଜଣାପଡୁଛି ଆମ ଭାଷା କେତେ ସୁଦୃଢ ।

ଖୋର୍ଦ୍ଧାରୋଡ ଡିଭିଜିନାଲ ସିକ୍ୟୁରିଟି କମିଶନର ଜଚୠ କାର୍ୟ୍ୟାଳୟ, ଏଠାରେ ମଧ୍ୟ ସମାନ ଅବସ୍ଥା। ଓଡ଼ିଆ ଭାଷା ପ୍ରତି କେତେ ଯେ ଭଲପାଇବା ରହିଛି ଅଧିକାରୀ ବାବୁଙ୍କରଏଥିରେ ବୁଝା ପଡୁଛି। ଏଭଳି ୨୫ରୁ ଉର୍ଦ୍ଧ ରେଲୱେ କାର୍ୟ୍ୟାଳୟର ରହିଛି ଯାହାର ନାମ ଫଳକରେ ଇଂରାଜୀ ଓ ହିନ୍ଦି ଭାଷା ସ୍ଥାନ ପାଇଛି କିନ୍ତୁ ଓଡ଼ିଆ ଭାଷାକୁ ନିଜ କାର୍ୟ୍ୟାଳୟ ନାମ ଫଳକରେ ସ୍ଥାନ ଦେବାକୁ କୌଣସି ରେଳବିଭାଗର ବରିଷ୍ଠ ଅଧିକାରୀମାନେ କେବେ ଆନ୍ତରିକତା ଦେଖାଇନାହାନ୍ତି।

୧୮୯୭ ମସିହାରେ ଖୋର୍ଦ୍ଧାରୁ ପୁରୀ ଯିବା ପାଇଁ ଜଟଣୀରେ ରେଲୱେର ମୁଖ୍ୟ କାର୍ୟ୍ୟାଳୟ ସହ ଟ୍ରାଫିକ ମଧ୍ୟ ସ୍ଥାପନ କରିଥିଲେ। ନିଜ ସୁବିଧା ପାଇଁ ଇଂରେଜ ମାନେ ନିର୍ମାଣ କରିଥିଲେ ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନ । ଭାରତ ସ୍ୱାଧୀନତା ପାଇବାର ୭୪ ବର୍ଷ ବିତି ସାରିଥିଲେ ମଧ୍ୟ ଇଂରେଜ୍ ଭାଷାକୁ ରେଲୱେ ଅଧିକାରୀମାନେ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ରେଲୱେ ତାହାକୁ ଗ୍ରହଣ କରିବାକୁ ନାରାଜ। ଯାହା ସ୍ଥାନୀୟ ବୁଦ୍ଧିଜୀବୀ ଓ ଓଡ଼ିଆ ଭାଷା ପ୍ରେମୀଙ୍କ ମନରେ ଦୁଃଖ ଆଣିଛି। ଏବେ ଖାଲି ଦେଖିବାକୁ ରହିଲା କେବେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଖୋର୍ଦ୍ଧାରୋଡ଼ ରେଳ ଡିଭିଜିନରେ ଥିବା ସମସ୍ତ କାର୍ୟ୍ୟାଳୟର ନାମ ଫଳକ ଉପରେ ନଜର ପଡୁଛି ଓ କେବେ ଫଳକରେ ଓଡ଼ିଆ ଭାଷା ସ୍ଥାନ ପାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସରଣ୍ଡା ଜଙ୍ଗଲରୁ ମିଳିଲା ଆଉ ୭୦୦ କେଜି ବିସ୍ଫୋରକ 🔴 ୧୮ ବର୍ଷ ଅପେକ୍ଷାର ଅନ୍ତ, ଆଇପିଏଲ ମୁକୁଟ ପିନ୍ଧିଲା ଆରସିବି 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ