Masthead

ଥରୁଟିଏ ବିଧାୟକରୁ ମୁଖ୍ୟମନ୍ତ୍ରୀ, କିଏ ଭଜନଲାଲ ଜାଣନ୍ତୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଫଳାଫଳର ୯ ଦିନ ପରେ ରାଜସ୍ଥାନକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ଭଜନଲାଲ ଶର୍ମାଙ୍କ ନାଁରେ ବାଜିଛି ମୋହର। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କ ନାମ ଘୋଷଣା କରିଛନ୍ତି ପୁର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ। ତେବେ କିଏ ଏହି ଭଜନଲାଲ ଶର୍ମା । ମାତ୍ର ଥରେ ବିଧାୟକ ଜିତିବା ପରେ କ’ଣ ପାଇଁ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ କଲା । ସାନଗରରୁ ବିଧାୟକ ତଥା ବିଜେପିର ସାଧାରଣ ସମ୍ପାଦକ ଅଛନ୍ତି ଭଜନଲାଲ। ଆଜି ବିଧାୟକ ଦଳ ବୈଠକରେ ସମସ୍ତ ବିଧାୟକ ଭଜନଲାଲଙ୍କୁ ତାଙ୍କ ନେତା ଭାବେ ଚୟନ କରିଛନ୍ତି । ଜୟପୁରର ଜବାହର ସର୍କଲର ବାସିନ୍ଦା ହେଉଛନ୍ତି ଭଜନଲାଲ । ସେ ଦୀର୍ଘ ଦିନ ଧରି ବିଜେପି ପାଇଁ କାର୍ୟ୍ୟ କରିଆସୁଥିଲେ। ସେ ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ୟ୍ୟରତ ଅଛନ୍ତି। ଜୟପୁରର ସାଙ୍ଗାନେର ପରି ସୁରକ୍ଷିତ ଆସନରୁ ବିଜେପି ତାଙ୍କୁ ପ୍ରଥମ ଥର ପାଇଁ ଫିଲ୍ଡକୁ ଓହ୍ଲାଇଥିଲେ ।

ପୂର୍ବ ବିଧାୟକଙ୍କ ଟିକେଟ୍ କାଟି ତାଙ୍କୁ ପ୍ରାର୍ଥୀ କରିଥିଲା ଦଳ। ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି ଭଜନଲାଲ। ବିଧାନସଭା ନିର୍ବାଚନରେ ନିର୍ବାଚନ ଆୟୋଗଙ୍କୁ ଭଜନ ଲାଲ ଶର୍ମା ଦେଇଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୧.୫ କୋଟି ଟଙ୍କା। ଏଥି ମଧ୍ୟରୁ ତାଙ୍କର ୧ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ଏବଂ ପାଖାପାଖି ୪୪ ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ରହିଛି । ତାଙ୍କ ଶିକ୍ଷା ବିଷୟରେ କହିବାକୁ ଗଲେ ସେ ଜଣେ ପୋଷ୍ଟ ଗ୍ରାଜୁଏଟ୍ । ନିର୍ବାଚନ ଆଫିଡେଭିଟ୍‌ରେ ସେ ତାଙ୍କର ଆୟର ଉତ୍ସ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଏହା ସହିତ ସେ ଶ୍ରୀକୃଷ୍ଣ କହ୍ନାଇ ଆଣ୍ଡ କମ୍ପାନୀର ନିର୍ଦ୍ଦେଶକ ମଧ୍ୟ ଅଟନ୍ତି। ରାଜସ୍ଥାନରେ ବିଜେପିର ଏକ ବଡ ବ୍ରାହ୍ମଣ ଚେହେରା ଭାବେ ଭଜନଲାଲଙ୍କ ନାଁକୁ ବିବେଚନା କରାଯାଇଛି । ତିନିଟି ରାଜ୍ୟ ମଧ୍ୟରୁ ଛତିଶଗଡ଼ରେ ବିଜେପି ଆଦିବାସୀ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିଥିବା ବେଳେ ମଧ୍ୟପ୍ରଦେଶରେ ଜଣେ ଓବିସି ଚେହେରାକୁ ମୁଖ୍ୟମନ୍ତ୍ରୀ କରିଛି ଦଳ ସେହିଭଳି ରାଜସ୍ଥାରେ ମୁଖ୍ୟମନ୍ତ୍ରୀ ଭାବେ ବ୍ରାହ୍ମଣଙ୍କୁ ଦାୟିତ୍ୱ ଦେଇଛି ବିଜେପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ