Masthead

କାହାର ହେବ ମିଜୋରାମ, ଗଣତି ପରେ ଜଣା ପଡ଼ିବ ରେଜଲ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଆସିବ ମିଜୋରାମ ବିଧାନସଭା ଫଳାଫଳ । ୪୦ ବିଧାନସଭା ଆସନ ବିଶିଷ୍ଟ ମିଜୋରାମ କାହାର ହେବ ? ଗଣତି ପରେ ଜଣା ପଡ଼ିବ ରେଜଲ୍ଟ । ଏକଜିଟ ପୋଲର ଆକଳନ ଅନୁଯାୟୀ କ୍ଷମତାସୀନ ମିଜୋ ନ୍ୟାସନାଲ ଫ୍ରଣ୍ଟ, କଂଗ୍ରେସ. ବିଜେପି ଓ ମିଜୋରାମ ପିପୁଲ ମୁଭମେଣ୍ଟ ଭିତରେ କଡ଼ା ମୁକାବିଲା ରହିବ । କଡ଼ା ସୁରକ୍ଷା ଭିତରେ ସକାଳ ୮ରୁ ଆରମ୍ଭ ହୋଇଛି ଗଣତି । ସେପଟେ ୪ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ୩-୧ରେ ବାଜିମାତ କରିଛି । ହିନ୍ଦି ହାର୍ଟଲ୍ୟାଣ୍ଡରେ ବିଜେପି ତିନି ତିନିଟି ରାଜ୍ୟରେ ଚମକ୍ରାର ବିଜୟ ହାସଲ କରିଛି ।

ମଧ୍ୟପ୍ରଦେଶର କ୍ଷମତା ବଜାୟ ରଖିଥିବା ବେଳେ କଂଗ୍ରେସ ହାତରୁ ରାଜସ୍ଥାନ ଓ ଛତିଶଗଡ ଛଡାଇ ନେଇଛି । ତେଲେଙ୍ଗାନାରେ କେବଳ କଂଗ୍ରେସ କ୍ଷମତାକୁ ଫେରିଛି । ମଧ୍ୟପ୍ରଦେଶରେ ମୋଟ ୨୩୦ ଆସନରୁ ବିଜେପି ୧୬୩ଟିରେ ବିଜୟୀ ବୃହତ ଦଳ ଭାବେ ଉଭା ହୋଇଛି । କଂଗ୍ରେସ ୬୬ଟି ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟାନ୍ୟ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ସେହିପରି ରାଜସ୍ଥାନର ୧୯୯ ଆସନରୁ ବିଜେପି ୧୧୫ ଆସନରେ ବିଜୟୀ ହୋଇଥିଲା ବେଳେ କଂଗ୍ରେସ ୭୦ ଆସନ ଓ ଅନ୍ୟାନ୍ୟ ୧୪ ଆସନରେ ବିଜୟୀ ହୋଇଛନ୍ତି ।

ଛତିଶଗଡରେ ମୋଟ ୯୦ ବିଧାନସଭା ଆସନରୁ ବିଜେପି ୫୪ ଆସନ, କଂଗ୍ରେସ ୩୫ ଆସନ ଓ ଅନ୍ୟାନ୍ୟ ଗୋଟିଏ ଆସନ ପାଇଛନ୍ତି । ତେଲାଙ୍ଗାନାରେ ମୋଟ ୧୧୯ ବିଧାନସଭା ଆସନରୁ କଂଗ୍ରେସ ୬୫ରେ ବିଜୟୀ ହୋଇଥିବା ବେଳେ ବିଆରଏସ ୩୯ ଆସନ, ବିଜେପି ୮ଟି ଆସନ ଓ ଏଆଇଏମଆଇଏମ ୭ଟି ଆସନରେ ବିଜୟୀ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍ 🔴 ସାଂସଦ ମହୁଆ ମୋଇତ୍ରାଙ୍କ ବୈବାହିକ ଜୀବନ ଚର୍ଚ୍ଚାରେ 🔴 ବିଶ୍ୱ ପରିବେଶ ଦିବସରେ 🔴 ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର 🔴 ଦେବସ୍ନାନ ପୂର୍ଣ୍ଣିମା , ପୁରୀ ଜଗିବେ ୭୦ ପ୍ଲାଟୁର୍ନ ଫୋର୍ସ 🔴 ‘ଗୁଟଖା ଖାଇବା ବନ୍ଦ କର ତା’ ପରେ ଯାଇ ବାହାଘର’ 🔴 ବିସ୍ଫୋରକ ଜବତ ଘଟଣା, ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ 🔴 ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର 🔴 ଟ୍ରକକୁ ପଛପଟୁ ପିଟିଲା ବସ୍ 🔴 ପାକିସ୍ତାନର ୯ ବିମାନ ନଷ୍ଟ 🔴 ସଚିବାଳୟ ଛାଡି ଜିଲ୍ଲା ମୁହାଁ ସିଏମ୍