କାହିଁକି କେଉଟ ଓ ମାଛକଥା କହିଲେ ସୌମ୍ୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ)ଗଲା ଚାରି ଦିନ ପରି ସୋମବାର ସକାଳୁ ବି ରାଜନୀତିରେ ରୁଚି ରଖୁଥିବା ସମସ୍ତେ ଚାହିଁ ବସିଥିଲେ ବିଜେଡି ଓ ସୌମ୍ୟ ବିବାଦରେ ଆଜି କିଏ ମୁହଁ ଖୋଲିବେ, କଣ ପ୍ରସଙ୍ଗ ଆସିବ। କିନ୍ତୁ ଲାଗିଲା ଯେମିତି ଲାଗ ଲାଗ ଚାରିଦିନ ସୌମ୍ୟ ଆକ୍ରମଣ କରିବା ପରେ ବିଜେଡି ଆଜି ବ୍ରେକ ନେଇଛି। ଗଲା ଚାରିଦିନ ଧରି ଅରୁଣ, ଅତୁନ, ପ୍ରତାପ ଓ ଅମର ପଟ୍ଟନାୟକଙ୍କ ନିଶାନ ପରେ କିନ୍ତୁ ଆଜି ବିଜୁ ଜନତା ଦଳ ପକ୍ଷରୁ ସୌମ୍ୟଙ୍କ ପାଇଁ କୌଣସି ଆକ୍ରମଣାତ୍ମକ ବୟାନ ଆସିନାହିଁ। କୁହାଯାଉଛି ବିଜୁ ଜନତା ଦଳର ଶଙ୍ଖ ଭବନରେ ଟ୍ରେନିଂ କ୍ୟାମ୍ପ ଥିବାରୁ ନେତାମାନେ ଆଜି ଦିନରେ ନିଜ ଦଳର ବିଧାୟକଙ୍କୁ ଆକ୍ରମଣ କରିବାକୁ ଉଚିତ୍ ମନେ କରିନାହିଁ।

ଏହା ସହ ଚାରିଦିନ ଧରି ବିଜେଡି ଆଟାକ୍ ଓ ସୌମ୍ୟଙ୍କ କାଉଣ୍ଟର ଆଟାକ୍ ପରେ ଏଥିରେ ସୌମ୍ୟଙ୍କର ନୁହେଁ ବିଜେଡିର ମଧ୍ୟ କ୍ଷତି ହେଉଥିବା ଦଳ ଆଭାସ ପାଇଛି। ବିଜେଡି ବ୍ରେକ ନେବା ପାଇଁ ଚାହିଁଛି। କିନ୍ତୁ ସୌମ୍ୟ ପ୍ରତ୍ୟେକ୍ଷ ନୁହେଁ ପରୋକ୍ଷରେ ଆକ୍ରମଣ କରିଛନ୍ତି। ପ୍ରତ୍ୟେକ୍ଷ ପାଇଁ ସୁଯୋଗ ନ ପାଇଥିଲେ ସୁଦ୍ଧା ମଞ୍ଚରୁ ଭାଷଣର ମଧ୍ୟରେ କରିଛନ୍ତି ନିଶାନା । ଯେଉଁ ପ୍ରସଙ୍ଗକୁ ନେଇ ବିଜେଡିରେ ବିବାଦୀୟ ହୋଇପଡିଛନ୍ତି। ସେହି ପ୍ରସଙ୍ଗକୁ ବୁଲାଇ ବଙ୍କେଇ ଉଠାଇଛନ୍ତି। ସୌମ୍ୟ ଭାଷଣ ଆଳରେ ମାରିଛନ୍ତି ବାଣ। ଦଳୀୟ ବୈଠକର କାହାକୁ ଟିକେଟ ଦେବା ନା କେଉଟ ହାତରେ ଦେଇଦେବା, କେଉଁ ମାନସିକତା । କେଉଁ କେଉଟ ହେବ? ଚୁଡ଼ା ଭାଜୁଥିବା ନା ମାଛ ଧରୁଥିବା। ସଂଖ୍ୟା ଖେଳରେ ଜୋ ଜିତା ୱହି ସିକନ୍ଦର। କିନ୍ତୁ ଏହାକୁ ସୁସ୍ଥ ଗଣତନ୍ତ୍ର ମାନିପାରିବିନି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’