୯ ୱିକେଟରେ ଜିତିଲା ରାଜସ୍ଥାନ

ରାଜସ୍ଥାନ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ବିଜୟ ଧାରା ଜାରି ରହିଛି। ଗତକାଲି ଅନୁଷ୍ଠିତ ୩୮ତମ୍ ଲିଗ୍ ମ୍ୟାଚରେ ମଧ୍ୟ ଦମଦାର ବିଜୟ ହାସଲ କରିଛି ରୟାଲ୍ସ ଟିମ୍। ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂରେ ଉଚ୍ଚକୋଟୀର ପ୍ରଦର୍ଶନ ସହ ଏହି ମ୍ୟାଚକୁ ୯ ୱିକେଟରେ ଜିତି ନେଇଛି।ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ୍ ଖେଳି ୭ଟି ବିଜୟ ସହ ପ୍ଲେ-ଅଫର ନିକଟତର ହୋଇଛି ରାଜସ୍ଥାନ ରୟାଲ୍ସ। ଏଥିସହ ଗତକାଲିର ମ୍ୟାଚରେ ଟିମ୍ ପକ୍ଷରୁ ଉଭୟ ବ୍ୟାଟର୍ ଓ ବୋଲର୍ ଏକାଧିକ ରେକର୍ଡ ହାସଲ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ୧୭୯ ରନ୍ ସଂଗ୍ରହ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ।

ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ତିଳକ ବର୍ମା ଓ ମହମ୍ମଦ ନବି ଶତର୍କୀୟ ପାଳି ଖେଳି ଦଳୀୟ ସ୍କୋରକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଯଶସ୍ୱୀ ଯୈଶ୍ୱାଲଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଫିକା ପଡିଯାଇଥିଲେ ମୁମ୍ବାଇ ବ୍ୟାଟର୍। ମାତ୍ର ୬୦ ବଲରେ ୧୦୪ ରନ୍ ସହ ଆଇପିଏଲ କ୍ୟାରିଅରରେ ରେକର୍ଡ କରିଛନ୍ତି ଯଶସ୍ୱୀ। ତାଙ୍କର ଏହା ଦ୍ୱିତୀୟ ଆଇପିଏଲ ଶତକ। ସେହିପରି ଯୁଜବେନ୍ଦ୍ର ଚହଲ ଆଇପିଏଲ ଇତିହାସରେ ପ୍ରଥମ ବୋଲର୍ ଭାବେ ୨୦୦ ୱିକେଟ ନେବାର କୀର୍ତ୍ତି ଅର୍ଜନ କରିଛନ୍ତି। ଏହି ମ୍ୟାଚରେ ସର୍ବାଧିକ ୫ ୱିକେଟ ନେଇ ମୁମ୍ବାଇ ଇଣ୍ଡିଆନ୍ସର ବିପର୍ୟ୍ୟୟ ଘଟାଇଥିବା ସନ୍ଦିପ ଶର୍ମା ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!