Masthead

୯ ୱିକେଟରେ ଜିତିଲା ରାଜସ୍ଥାନ

ରାଜସ୍ଥାନ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ବିଜୟ ଧାରା ଜାରି ରହିଛି। ଗତକାଲି ଅନୁଷ୍ଠିତ ୩୮ତମ୍ ଲିଗ୍ ମ୍ୟାଚରେ ମଧ୍ୟ ଦମଦାର ବିଜୟ ହାସଲ କରିଛି ରୟାଲ୍ସ ଟିମ୍। ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂରେ ଉଚ୍ଚକୋଟୀର ପ୍ରଦର୍ଶନ ସହ ଏହି ମ୍ୟାଚକୁ ୯ ୱିକେଟରେ ଜିତି ନେଇଛି।ବର୍ତ୍ତମାନ ସୁଦ୍ଧା ୮ଟି ମ୍ୟାଚ୍ ଖେଳି ୭ଟି ବିଜୟ ସହ ପ୍ଲେ-ଅଫର ନିକଟତର ହୋଇଛି ରାଜସ୍ଥାନ ରୟାଲ୍ସ। ଏଥିସହ ଗତକାଲିର ମ୍ୟାଚରେ ଟିମ୍ ପକ୍ଷରୁ ଉଭୟ ବ୍ୟାଟର୍ ଓ ବୋଲର୍ ଏକାଧିକ ରେକର୍ଡ ହାସଲ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ୧୭୯ ରନ୍ ସଂଗ୍ରହ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ।

ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ତିଳକ ବର୍ମା ଓ ମହମ୍ମଦ ନବି ଶତର୍କୀୟ ପାଳି ଖେଳି ଦଳୀୟ ସ୍କୋରକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଯଶସ୍ୱୀ ଯୈଶ୍ୱାଲଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଫିକା ପଡିଯାଇଥିଲେ ମୁମ୍ବାଇ ବ୍ୟାଟର୍। ମାତ୍ର ୬୦ ବଲରେ ୧୦୪ ରନ୍ ସହ ଆଇପିଏଲ କ୍ୟାରିଅରରେ ରେକର୍ଡ କରିଛନ୍ତି ଯଶସ୍ୱୀ। ତାଙ୍କର ଏହା ଦ୍ୱିତୀୟ ଆଇପିଏଲ ଶତକ। ସେହିପରି ଯୁଜବେନ୍ଦ୍ର ଚହଲ ଆଇପିଏଲ ଇତିହାସରେ ପ୍ରଥମ ବୋଲର୍ ଭାବେ ୨୦୦ ୱିକେଟ ନେବାର କୀର୍ତ୍ତି ଅର୍ଜନ କରିଛନ୍ତି। ଏହି ମ୍ୟାଚରେ ସର୍ବାଧିକ ୫ ୱିକେଟ ନେଇ ମୁମ୍ବାଇ ଇଣ୍ଡିଆନ୍ସର ବିପର୍ୟ୍ୟୟ ଘଟାଇଥିବା ସନ୍ଦିପ ଶର୍ମା ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ