Masthead

କାହିଁକି ଟ୍ରେନର ନାଁ କରମଣ୍ଡଳ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ । ଭାରତୀୟ ରେଲୱେର ପ୍ଲାଗସିପ ଟ୍ରେନ୍ । ୧୯୭୭ ମାର୍ଚ୍ଚ ୬ରୁ ଚଳାଚଳ କରୁଛି ଏହି ଟ୍ରେନ୍ । ପଶ୍ଚିମବଙ୍ଗର ସାଲିମାର ରେଳ ଷ୍ଟେସନରୁ ତାମିଲନାଡୁର ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନ ମଧ୍ୟରେ ଦୌଡୁଛି କରମଣ୍ଡଳ । ଭାରତର ପୂର୍ବରେ ଥିବା ବଙ୍ଗୋପସାଗର ଉପକୂଳରେ ଦୌଡୁଛି ଏହି ଟ୍ରେନ୍ । ଭାରତର ପୂର୍ବ ଉପକୂଳକୁ କରମଣ୍ଡଳ ଉପକୂଳ କୁହାଯାଉଛି । କରମଣ୍ଡଳ ଉପକୂଳରେ ଏହି ଟ୍ରେନ ଯାତାୟାତ କରୁଥିବାରୁ ନାମ ରଖାଯାଇଛି କରମଣ୍ଡଳ ।

ପ୍ରଥମେ ପ୍ରଥମେ ଏହି ଟ୍ରେନ୍ ସପ୍ତାହକୁ ୨ଥର ଯାତାୟତ କରୁଥିଲା । ପରେ ଯାତ୍ରୀସଂଖ୍ୟା ବୃଦ୍ଧି ପାଇବାରୁ ନିୟମିତ ହେଲା କରମଣ୍ଡଳ । ଘଣ୍ଟା ପ୍ରତି ୧୩୦ କିମି ବେଗରେ ଧାଉଁଥିବା ଏହି ଟ୍ରେନରେ ବର୍ଷସାରା ଯାତ୍ରୀଙ୍କ ଭିଡ ଲାଗିରହୁଛି । ୨୫ଘଣ୍ଟା ୩୦ ମିନିଟ୍ରେ ୧ହଜାର ୬୫୯ କିମି ଅତିକ୍ରମ କରୁଛି କରମଣ୍ଡଳ ।

୧୨୮୪୧ଅପ୍ କରମଣ୍ଡଳ ସାଲିମାରରୁ ଦିନ ୩ଟା ୨୦ରେ ଚେନ୍ନାଇ ଅଭିମୁଖେ ବାହାରୁଛି । ତା’ପରଦିନ ଅପରାହ୍ନ ୪ଟା ୫୦ରେ ଚେନ୍ନାଇରେ ପହଞ୍ଚୁଛି । ସେହପରି ୧୨୮୪୨ ଡାଉନ୍ କରମଣ୍ଡଳ ସକାଳ ୭ଟାରେ ଚେନ୍ନାଇରୁ ସାଲିମାର ଅଭିମୁଖେ ଛାଡୁୁଛି । ସାଲିମାରରେ ତା’ ପରଦିନ ସକାଳ ୧୦ଟା ୪୦ରେ ପହଞ୍ଚଛି ଏହି ଟ୍ରେନ୍ । ହାୱଡା -ଚେନ୍ନାଇ ମେନ୍ ଲାଇନରେ ଦୌଡୁଥିବା ଏହି ଟ୍ରେନ୍ ଆନ୍ଧ୍ରର ୫ଟି ଷ୍ଟେସନରେ ଅଟକୁଛି । ସେହିପରି ଓଡ଼ିଶାରେ ୭ ଓ ପଶ୍ଚିମବଙ୍ଗର ୨ ଟି ଷ୍ଟେସନରେ ଅଟକୁଛି କରମଣ୍ଡଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର