Masthead

କାହିଁକି ମିଳୁନି ରାସନ କାର୍ଡରେ ଗହମ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେନ୍ଦ୍ର ଦେଉନି ଗହମ । ହଇରାଣ ହେଉଛନ୍ତି ରାଜ୍ୟର ଡାଇବେଟିସ୍ ରୋଗୀ । ରାସନ କାର୍ଡରେ ପୁନର୍ବାର ଗହମ ଯୋଗାଣ ସଂପର୍କରେ ବିଧାନସଭାରେ ଏକ ପ୍ରଶ୍ନ ପଚାରିଥିଲେ ବିଧାୟକ ସତ୍ୟନାରାୟଣ ପ୍ରଧାନ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ସେ ପଚାରିଥିଲେ କି, ରାଜ୍ୟରେ ରାସନକାର୍ଡ ମାଧ୍ୟମରେ ଗହମ ଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ଗାଁ ଗହଳିରେ ଥିବା ଗରିବ ଡାଇବେଟିସ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ରାସନକାର୍ଡରେ ପୁନର୍ବାର ଗହମ ଯୋଗାଇଦେବା ସହ ଅନ୍ନପୂର୍ଣ୍ଣା ଯୋଜନାରେ ୧୦ କେଜି ଓ ଅନ୍ତର୍ଦୋୟ ଯୋଜନାରେ ୧ ଟଙ୍କା ପ୍ରତି କେଜି ହିସାବରେ ୩୫ କେଜି ଚାଉଳ ଯୋଗାଣ ଯୋଜନା ପୁନର୍ବାର ଚାଲୁକରିବାକୁ ବ୍ୟବସ୍ଥା କରିବେ କି?

ଏହାର ଉତ୍ତରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, କେନ୍ଦ୍ର ସରକାର ୨୦୨୨ ଜୁନ ମାସଠାରୁ ୨୦୨୩ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ୧୦ ମାସ ପାଇଁ ଗହମ ପରିବର୍ତ୍ତେ ଚାଉଳ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ନିର୍ଦ୍ଦେଶନାମା ହସ୍ତଗତ ହେବାବେଳକୁ ରାଜ୍ୟରେ ଜୁନ୍ ମାସର ଗହମ ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ତେଣୁ ରାଜ୍ୟ ସରକାର ସେହି ନିଦେ୍ର୍ଦଶନାମା ଅନୁସାରେ ୨୦୨୨ ଜୁଲାଇ ମାସଠାରୁ ହିତାଧିକାରୀମାନଙ୍କୁ ଗହମ ପରିବର୍ତ୍ତେ ଚାଉଳ ବଣ୍ଟନ କରିଆସୁଛନ୍ତି । ଏହା ସହ ଅନ୍ନପୂର୍ଣ୍ଣା ଓ ଅନ୍ତ୍ୟୋଦୟ ଯୋଜନାରେ ଚାଉଳ ଯୋଗାଣ ସଂପର୍କିତ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ ଚାଉଳ ବଣ୍ଟନ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ