ସ୍ୱାମୀକୁ ହାଣିଦେଲା ସ୍ତ୍ରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ପାରିବାରିକ କଳହ ଯୋଗୁଁ ସ୍ୱାମୀକୁ ହାଣି ଇଟାରେ ଛେଚି ହତ୍ୟା କଲା ସ୍ତ୍ରୀ । ସ୍ୱାମୀଙ୍କ ଅତ୍ୟାଚାରକୁ ସହ୍ୟ କରିନପାରି ସ୍ୱାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ । । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ତାଳସର ପଞ୍ଚାୟତର ଗୋପାଳପୁର ଠାରେ । ମୃତ ସ୍ୱାମୀ ଜଣ ହେଉଛନ୍ତି ନାରାୟଣ ଭୂୟାଁ । ପାରିବାରିକ କଳହ ଯୋଗୁ ସ୍ୱାମୀ ଠାରୁ ଅଲଗା ରହୁଥିଲେ ସ୍ତ୍ରୀ । ସ୍ତ୍ରୀ ରୀନା ଭୂୟାଁ ତାଙ୍କ ପୁଅ ସହ ବାହାରେ ରହି ଚାକିରି କରୁଥିଲେ । ନାରାୟଣ ରୀନାଙ୍କ ଚରିତ୍ର ଉପରେ ସନ୍ଦେହ କରି ଅତ୍ୟାଚାର କରୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ଯୁକ୍ତି ଲାଗିଥିବା ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏହି ଧସ୍ତାଧସ୍ତିରେ ନାରାୟଣ ପଥର ଉପରେ ପଡିଯାଇଥିଲେ ଏବଂ ରାଗିଯାଇ ଘରୁ କୁରାଢ଼ୀ ଆଣିଥିଲେ ସ୍ତ୍ରୀକୁ ହାଣିବା ପାଇଁ । ସ୍ତ୍ରୀ ରାଗରେ ସେହି କୁରାଢ଼ିକୁ ଛଡାଇ ସ୍ୱାମୀକୁ ଚୋଟ ପକାଇବା ସହ ଇଟାରେ ମୁଣ୍ଡକୁ ଛେଚି ହତ୍ୟା କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’