Masthead

କମ୍ୟୁନିଟି ସେଣ୍ଟର ନିର୍ମାଣକୁ ନେଇ ୱାର୍ଡ ମେମ୍ବରଙ୍କୁ ମରଣାନ୍ତକ ଆକ୍ରମଣ

ବାସୁଦେବପୁର (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନସ୍ଥ ବରଣ୍ଡୁଆ ପଞ୍ଚାୟତ ମଧୂସୁଦନପୁର ଗ୍ରାମରେ କମ୍ୟୁନିଟି ସେଣ୍ଟର ନିର୍ମାଣକୁ ନେଇ ୱାର୍ଡ ମେମ୍ବରଙ୍କୁ ମରଣାନ୍ତକ ଆକ୍ରମଣ । ଏନେଇ ୱାର୍ଡ ସଭ୍ୟ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ।

ସୂଚନାଅନୁଯାୟୀ ମଧୁସୂଦନପୁର ଗ୍ରାମରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ନିର୍ମାଣାଧିନ କମ୍ୟୁନିଟ ସେଣ୍ଟରକୁ ପଡୋଶୀ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଚାଲୁଣୀଗାଁ ପଞ୍ଚାୟତ ଅନ୍ତର୍ଗତ ମାଳିବ୍ରହ୍ମପୁର ଗ୍ରାମର ଉପେନ୍ଦ୍ର ସାହୁ ଓ ତାଙ୍କର ସମ୍ପର୍କୀୟମାନେ ଜବରଦଖଲ କରିବାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ନିର୍ମାଣାଧିନ ପ୍ରକଳ୍ପର ଛାତ ପକାଇବା ପାଇଁ ଶ୍ରମିକମାନେ ପହଞ୍ଚିବା ପରେ ସାହୁଙ୍କ ସମେତ ତାଙ୍କର ସଂପର୍କୀୟମାନେ ବାରଣ କରି କାର୍ଯ୍ୟ କରିବାକୁ ଦେଇ ନଥିଲେ ।

ଏହି ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ୱାର୍ଡସଭ୍ୟ ସୁରେଶଚନ୍ଦ୍ର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ସମୟରେ ତାଙ୍କୁ ଉପେନ୍ଦ୍ର ଓ ତାଙ୍କ ପରିବାରର ଲୋକମାନେ ସଂଘବଦ୍ଧ ଭାବରେ ମରଣାନ୍ତକ ଆକ୍ରମଣ କରିଥିଲେ ।  ଏ ନେଇ ଥାନାରେ ଅଭିଯୋଗ କରିଥିଲେ ସୁରେଶଚନ୍ଦ୍ର। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରି ନ ଥିବା ଜଣାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା