Masthead

ମହିଳା କନଷ୍ଟେବଳ ହତ୍ୟା ମାମଲା, ୭୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ହତ୍ୟା ମାମଲାରେ କ୍ୟାପିଟାଲ ଥାନା ପୁଲିସ ତଦନ୍ତ ପ୍ରକ୍ରିୟା ପ୍ରାୟତଃ ସରିଛି । ଅଦାଲତରେ ପ୍ରାୟ ୭୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌କୁ ପୁଲିସ ଦାଖଲ କରିଛି । ଏଥିରେ ଅଭିଯୁକ୍ତ ସ୍ୱାମୀ ଦୀପକ ରାଉତଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି । ଦୀପକଙ୍କ ୨ଜଣ ସହଯୋଗୀଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି ।୭୦୦  ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭୁବନେଶ୍ବର କ୍ୟାପିଟାଲ ପୋଲିସ। ଅଭିଯୁକ୍ତଙ୍କ ବିରୋଧରେ ସାକ୍ଷ୍ୟ ଦେଇଛନ୍ତି ୪୨ ଜଣ  ସେମାନଙ୍କ ବିରୋଧରେ ବିଏନ୍ଏସ ଦଫା ୧୦୩(୧), ୨୩୮ ଓ ୬୧(୨) ଚାର୍ଜସିଟ୍ ଦାଖଲ ହୋଇଛି।

ମୁଖ୍ୟ ଅଭିଯୁକ୍ତ ଶୁଭମିତ୍ରାଙ୍କ ସ୍ୱାମୀ ଦୀପକ ରାଉତ, ମାଉସୀ ପୁଅ ଭାଇ ବିନୋଦ ବିହାରୀ ଭୂୟାଁଙ୍କ ସମେତ ଜଟିଆ ଓ ସମ୍ଭୁ ମହନ୍ତକୁ ଅଭିଯୁକ୍ତ ଦର୍ଶାଇଛି ପୋଲିସ।  ଆନୁଷ୍ଠାନିକ ବିବାହ କରିବାକୁ ଶୁଭମିତ୍ରା ଧାର ଦେଇଥିବା ଟଙ୍କା ମାଗିବା ହିଁ ହତ୍ୟାର ମୁଖ୍ୟ କାରଣ ବୋଲି ଚାର୍ଜସିଟରେ ଦର୍ଶାଯାଇଛି। ଏଥିସହ ଶୁଭମିତ୍ରାଙ୍କ ମୃତ୍ୟୁ ପରେ ଟଙ୍କା ହାତେଇବାକୁ ଦୀପକ କୋଟିଏ ୨୫ ଲକ୍ଷ ଟଙ୍କାର ବୀମା କରିଥିଲା। ପରିଚୟଠାରୁ ଆରମ୍ଭ କରି ଶୁଭମିତ୍ରାଙ୍କୁ ହତ୍ୟା କରିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରମାଣକୁ ଏକାଠି କରି ପ୍ରାୟ ୬୮୦ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି କ୍ୟାପିଟାଲ୍ ଥାନା ପୋଲିସ।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଶୁଭମିତ୍ରାଙ୍କୁ ଯୋଜନାବଦ୍ଧ ହତ୍ୟା କରିଥିବାରୁ ଦୀପକ ବିଭିନ୍ନ ପ୍ରମାଣ ନଷ୍ଟ ପାଇଁ ଢେର୍ ଚେଷ୍ଟା କରିଥିଲା । ଶୁଭମିତ୍ରାଙ୍କ ମୃତଦେହରୁ ପୋତିବାଠୁ ପ୍ରମାଣ ନଷ୍ଟ କରିବା ଯାଏ ସବୁଥିରେ ଦୀପକର ସମ୍ପର୍କୀୟ ଭାଇ ବିନୋଦର ପ୍ରତ୍ୟକ୍ଷ ସମ୍ପୃକ୍ତି ଥିଲା । ବିନୋଦର ସାଙ୍ଗ ଜଟିଆ ଓ ଜେସିବ ଡ୍ରାଇଭର ମଧ୍ୟ ଶବ ପୋତିବାରେ ସାହାଯ୍ୟ କରିଥିଲେ । ବଡ଼ କଥା ହେଲା, ପୁଲିସ ଏକାଧିକ ବ୍ୟକ୍ତିଙ୍କୁ ସାକ୍ଷୀ ଭାବେ ଅଦାଲତରେ ହାଜର କରାଇବାକୁ ଯୋଜନା ରଖିଛି । ଯାହାକି, ଶୁଣାଣି ବେଳେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ବଳିଷ୍ଠ ପ୍ରମାଣ ସାଜିବ ।ଗତ ସେପ୍ଟେମ୍ବର ୬ ତାରିଖରେ ଘଟିଥିଲା ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଦୀପକ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ମୃତଦେହକୁ କାରରେ ନେଇ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ ପୋତି ଦେଇଥିଲା। ମାଟିଖୋଳି ଶୁଭମିତ୍ରାଙ୍କ ମୃତଦେହ ଉଦ୍ଧାର କରିଥିଲା କମିଶନରେଟ୍ ପୋଲିସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି