Masthead

ଏକା ସହ ୯ଟି ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ମାଲି(ବଡ଼ ଖବର ବ୍ୟୁରୋ): ଗୋଟିଏ କିମ୍ବା ଦୁଇଟି ନୁହଁ ଏକାଥରେ୯ଟି ନବଜାତ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ମହିଳା । ସାଧାରଣତଃ ଦୁଇଟି ଶିଶୁଙ୍କୁ ଜନ୍ମ ଦେବା ଘଟଣା ଦେଖିବାକୁ ମିଳିଛି । କିନ୍ତୁ ଏକାଥରେ ୯ଟି ଶିଶୁଙ୍କୁ ଜନ୍ମ କରିବା ଭଳି ବିରଳ ଘଟଣା ଘଟିଛି ପଶ୍ଚିମ ଆଫ୍ରିକାର ମାଲି ଅଞ୍ଚଳରେ । ୨୫ବର୍ଷୀୟା ମହିଳା ଜଣକ ହେଲେ ହାଲିମା ସିସେ । ସେ ଗର୍ଭବତୀ ଥିବା ସମୟରେ ତାଙ୍କ ଗର୍ଭରେ ୭ଟି ଶିଶୁ ଥିବା ନେଇ ଅଲଟ୍ରାସାଉଣ୍ଡ ରିପୋର୍ଟରୁ ଜଣା ପଡ଼ିଥିଲା । କିନ୍ତୁ ପ୍ରସବ ସମୟରେ ୯ଟି ଶିଶୁଙ୍କ ଜନ୍ମ, ଡାକ୍ତର ମାନଙ୍କୁ ବି ଚକିତ କରି ଦେଇଥିଲା ।

ନବଜାତକ ଶିଶୁଙ୍କ ମଧ୍ୟରେ ୫ଟି ଶିଶୁ କନ୍ୟା ଓ ୪ଟି ଶିଶୁ ପୁତ୍ର ରହିଛନ୍ତି । ସମସ୍ତଙ୍କ ସ୍ୱାସ୍ଥାବସ୍ଥା ସୁସ୍ଥ ଥିବା ଜଣାପଡ଼ିଛି । ଏହି ବିରଳ ପ୍ରସବ କଥା ଜଣା ପଡ଼ିବା ପରେ ହସ୍ପିଟାଲ କର୍ତ୍ତୁପକ୍ଷ ଓ ମାଲିର ସରକାର ମଧ୍ୟ ହାଲିମାଙ୍କ ସ୍ୱାସ୍ଥ୍ୟାବସ୍ଥା ପାଇଁ ଚିନ୍ତିତ ଥିଲେ । ଏବଂ ସରକାରଙ୍କ ତରଫରୁ ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ପ୍ରସବ ପରେ ମାଲିର ସ୍ୱାସ୍ଥ୍ୟମନ୍ତରୀଙ୍କ ସମେତ ବହୁ ବଡ଼ ବଡ଼ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ