Masthead

ଋତୁସ୍ରାବ ପୂର୍ବରୁ କିମ୍ବା ପରେ ମହିଳାମାନେ ଭାକ୍ସିନ ନେଇପାରିବେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଚିନ୍ତାରେ ଦେଶବାସୀ । କରୋନା କବଳରୁ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସ୍ୱାସ୍ଥ୍ୟକର୍ମୀ । ଏହା ମଧ୍ୟରେ ବି ହସ୍ପିଟାଲରୁ ଅସହାୟତାର ଦୃଶ୍ୟ ଦେଖିବାକୁ ମିଳୁଛି । ଦିଲ୍ଲୀର ସରୋଜା ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୧୦୦ ରୋଗୀଙ୍କୁ ବଞ୍ଚାଇବା ପାଇଁ ଡାକ୍ତର ଓ କର୍ମଚାରୀମାନେ ନିରୂପାୟ ହୋଇ ଭଗବାନଙ୍କୁ ପାର୍ଥନା କରିବା ସମସ୍ତଙ୍କୁ ଚକିତ କରିଛି ।

ଏହା ମଧ୍ୟରେ ବି ଟିକାକରଣ ପ୍ରକ୍ରିୟା ଜାରି ରହିଛି । ସରକାରଙ୍କ ନିୟମ ଅନୁଯାୟୀ ପ୍ରଥମେ କରାନା ଯୋଦ୍ଧା ପରେ ୬୦ ବର୍ଷରୁ ଅଧିକ ଲୋକେ ଏବଂ ପରେ ୪୫ ବର୍ଷରୁ ଅଧିକ ଲୋକେ ଟିକା ନେଉଥିଲେ । ମେ ୧ ରୁ ସମସ୍ତ ୧୮ ବର୍ଷରୁ ଅଧିକ ପିଲାମାନେ ଟିକା ନେବା ପାଇଁ ଘୋଷଣା କରାଯାଇଛି । ସେପଟେ ମହିଳାମାନେ ମଧ୍ୟ ଋତୁସ୍ରାବବେଳେ କରୋନା ଟିକା ନେଇପାରିବେ ।

ଏହି ସମୟରେ ମହିଳାଙ୍କ ରୋଗ ପ୍ରତିଶୋଧକ କ୍ଷମତା କମ ଥିବାରୁ ସେମାନେ ଋତୁସ୍ରାବର ୫ ଦିନ ପୂର୍ବରୁ କିମ୍ବା ୫ ଦିନ ପରେ ଭାକ୍ସିନ ନେଇପାରିବେନି ବୋଲି ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ପୋଷ୍ଟ ମାଧ୍ୟରେ ପ୍ରସାରିତ ହେଉଛି । ଏଭଳି ମଥ୍ୟା ପୋଷ୍ଟକୁ ବିଶ୍ୱାସ ନକରିବାକୁ ପିଆଇବି ପକ୍ଷରୁ ଟ୍ୱିଟ କରାଯାଇଛି । ଋତୁସ୍ରାବ ଟିକାର ପ୍ରଭାବକୁ ହ୍ରାସ କରିବନି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା