Before Header

ବେଧଡକ ଚାଲିଛି ଧଳା ଜହର ବେପାର

0 28

ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ସହରରେ ବେଧଡକ ଚାଲିଛି ଧଳା ଜହର ବେପାର । ନା ଅଛି ପୋଲିସର ଭୟ ନା ଅଛି ଅବକାରୀ ବିଭାଗର ଭୟ । ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର, ଗଞ୍ଜେଇ, ଚୋରା ମଦ ବହୁ ମାତ୍ରାରେ ବିକ୍ରି ହେଉଛି । ଆନନ୍ଦ ବଜାରର ରଜକ ସାହିରେ ପ୍ରତ୍ୟେକ ଦିନ ବ୍ରାଉନସୁଗାର ବିକ୍ରି ହେଉଥିବା ଲୋକମାନେ ଅଭିଯୋଗ କରିଥିଲେ ।

ପୋଲିସର ନିଷ୍କ୍ରିୟତା ଯୋଗୁଁ ଏହା ଚୋରା ବେପାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ରବିବାର ଟାଉନ ଥାନା ପୋଲିସ ଆନନ୍ଦ ବଜାର ରଜକ ସାହିରେ ରେଡ କରିଥିଲା । ଏହା ପୂର୍ବରୁ ଢେଙ୍କାନାଳ ସହରରେ ବିଭିନ୍ନ ସ୍ଥାନରେ ପୋଲିସ ରେଡ କରି ଚୋରା ବେପାରୀଙ୍କୁ ଧରିଥିଲେ ମଧ୍ୟ ଏଠାରେ ବ୍ରାଉନ ସୁଗାର ବେପାର କମିବାର ନା ଧରୁନି ।

Leave A Reply

Your email address will not be published.