Before Header

ଆଜିଠୁ ମହିଳା ଟି-୨୦

0 24

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ ): ଆଜିଠୁ ଆରମ୍ଭ ହେବାକୁ ଯାଉଛି ମହିଳା ଟି-୨୦ ବିଶ୍ୱକପ । ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେଉଛି ମହିଳା ଟି-୨୦ ବିଶ୍ବକପର ୮ମ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେଉଛି। ଫେବୃଆରୀ ୨୬ ପର୍ୟ୍ୟନ୍ତ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଦଳ ଖେଳିବେ। ସୋମନଙ୍କୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ ‘ଏ’ରେ ସର୍ବାଧିକ ୫ ଥର ଚମ୍ପିଆନ ଅଷ୍ଟ୍ରେଲିଆ, ବାଂଲାଦେଶ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଏବଂ ଗ୍ରୁପ୍‌ ‘ବି’ରେ ଭାରତ, ଇଂଲଣ୍ଡ, ଆୟରଲାଣ୍ଡ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ ରହିଛନ୍ତି। ଲିଗ୍‌ ପର୍ୟ୍ୟାୟ ଫେବୃଆରୀ ୨୧ ପର୍ୟ୍ୟନ୍ତ ଖେଳାଯିବ। ପ୍ରତି ଗ୍ରୁପର ଶ୍ରେଷ୍ଠ ୨ ଦଳ ସେମିଫାଇନାଲ ଖେଳିବେ। ସେମିଫାଇନାଲ ୨୩ ଓ ୨୪ରେ ଏବଂ ଫାଇନାଲ ମ୍ୟାଚ୍‌ ୨୬ରେ ଖେଳାଯିବ। ୧୦ରେ ଉଦ୍‌ଘାଟନୀ ମ୍ୟାଚ ଆୟୋଜକ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ କେପ୍‌ଟାଉନରେ ଖେଳାଯିବ।

ଭାରତ ୧୨ରେ ପାକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ୧୫ରେ ୱେଷ୍ଟଇଣ୍ଡିଜ୍‌, ୧୮ରେ ଇଂଲଣ୍ଡ ଓ ୨୦ରେ ଭାରତ ଆୟରର୍ଲାଣ୍ଡ ସହ ଲିଗ୍‌ ମ୍ୟାଚ୍‌ ଖେଳିବ। ବାଶ୍ୱକପର ୭ଟି ସଂସ୍କରଣରୁ ଅଷ୍ଟ୍ରେଲିଆ ସର୍ବାଧିକ ୫ଥର ୨୦୧୦, ୨୦୧୨, ୨୦୧୪, ୨୦୧୮ ଓ ୨୦୨୦ରେ ଏବଂ ଇଂଲଣ୍ଡ ୨୦୦୯ରେ ଓ ୱେଷ୍ଟଇଣ୍ଡିଜ୍‌ ୨୦୧୬ରେ ଥରେ ଲେଖାଏଁ ଚମ୍ପିଆନ ହୋଇଛନ୍ତି। ୨୦୨୦ରେ ଅଷ୍ଟ୍ରେଲିଆ ଚମ୍ପିଆନ ହୋଇଥିଲା। ଫାଇନାଲରେ ଅଷ୍ଟ୍ରେଲିଆ ୮୫ ରନରେ ଭାରତକୁ ପରାସ୍ତ କରିଥିଲା। ଚଳିତଥର ଭାରତ ହରମନପ୍ରୀତ କୌରଙ୍କ ନେତୃତ୍ବରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି। ନିକଟରେ ଭାରତୀୟ ୧୯ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳ ଟି୨୦ ବିଶ୍ବକପ୍‌ ଜିତିଥିବାରୁ ଦକ୍ଷିଣ ଆଫି୍ରକାରେ ସେହିଭଳି ପ୍ରଦର୍ଶନ ଦୋହରାଇବାକୁ ସିନିୟର ଦଳ ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.