Before Header

‘ରେଡିଓ ଆଉଟ୍ ରିଚ୍-୯୦.୮ ଏଫ୍‌ଏମ୍’ ଉଦ୍‌ଘାଟିତ

0 605

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ‘ରେଡିଓ ଆଉଟ୍ ରିଚ୍-୯୦.୮ ଏଫ୍‌ଏମ୍’ ଉଦ୍‌ଘାଟିତ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଶ୍ରୀରାମପୁର ଠାରେ ଉଦ୍‌ଘାଟିତ ହୋଇଛି ରେଡିଓ ଆଉଟ୍ ରିଚ୍ ୯୦.୮ ଏଫଏମ୍’ ନାମକ ଏକ ବେତାର କେନ୍ଦ୍ର । ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଧାୟକ ତଥା ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ୧୯୯୯ ମହାବାତ୍ୟା ଆମକୁ ରେଡିଓର ଗୁରୁତ୍ଵ ସମ୍ପର୍କରେ ଶିକ୍ଷା ଦେଇଛି ବୋଲି କହିଥିଲେ ।

ଏଭଳି ଉଦ୍ୟମ ପାଇଁ ଶ୍ରୀ ମୁଦୁଲି ଏହାର ପ୍ରତିଷ୍ଠାତା ସୁବ୍ରତ ପତିଙ୍କୁ ପ୍ରଶଂସା କରିଥିଲେ। ରେଡିଓ ସ୍ବରାଜର ମୁଖ୍ୟ ଅବଦୁଲ୍ ସଫିକ୍‌ଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ର ଗୋଷ୍ଠୀ ବେତାର କେନ୍ଦ୍ରର ସମ୍ପାଦକ ତନୟା ପଟ୍ଟନାୟକ ଯୋଗଦେଇଥିଲେ । ସେ କହିଥିଲେ ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ସମସ୍ୟାର ଦୂର ହୋଇପାରିବ ।

ଅନ୍ୟତମ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ତୃପ୍ତି ଦାସ, କୋଣାର୍କ ରେଡିଓ ନମସ୍କାରର ପ୍ରତିଷ୍ଠାତା ଏନ୍. ଏ ଶାହ ଅନ୍‌ସାରୀ ଓ ଆକାଶବାଣୀର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଭୟ କୁମାର ଦାସ ଯୋଗ ଦେଇଥିଲେ। ପ୍ରତିଷ୍ଠାତା ଶ୍ରୀ ପତି ଏହି ଅବସରରେ ଅନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଥିଲେ। ଉତ୍ସବରେ ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା। କର୍ନେଲ ଦେବଦତ୍ତ ସ୍ବାଇଁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.