Masthead

ବିଶ୍ୱ ପାଳୁଛି ୭୮ତମ ନାଗାସାକି ଦିବସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସମଗ୍ର ବିଶ୍ୱ ପାଳୁଛି ୭୮ତମ ନାଗାସିକ ନିବସ । ୧୯୪୫ ଅଗଷ୍ଟ ୯ ତାରିଖରେ ଜାପାନର ନାଗାସାକି ସହର ଉପରେ ଆମେରିକା ପକାଇଥିବା ପରମାଣୁ ବୋମାର ଭୟଙ୍କର ପରିଣାମକୁ ସ୍ମରଣ କରିବା ଲାଗି ଏହି ଦିନ ପାଳନ କରାଯାଏ । ୧୯୪୫ ଅଗଷ୍ଟ ୬ ତାରିଖରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସିମା ଉପରେ ଆମେରିକା ତାହାର ପ୍ରଥମ ପରମାଣୁ ବୋମା ‘ ଲିଟିଲ ବୟ’ ନିକ୍ଷେପ କରିଥିଲା ।

କିନ୍ତୁ ଜାପାନ ଆତ୍ମସମର୍ପଣ ନ କରିବାରୁ ୩ଦିନ ପରେ ଜାପାନର ଅଗ୍ରଣୀ ଶିଳ୍ପ ସହର ନାଗାସାକି ଉପରେ ଆମେରିକା ଦ୍ୱିତୀୟ ପରମାଣୁ ବୋମା ‘ ଫ୍ୟାଟ୍ ମ୍ୟାନ’ପକାଇଥିଲା । ଏହି ବୋମା ବିସ୍ଫୋରଣର ବିକିରଣ ଯୋଗୁ ପାଖାପାଖି ୮୦ ହଜାର ନାଗରିକ ପ୍ରାଣ ହରାଇଥିଲେ । ଏହି ବିନାଶ ଦେଖି ଜାପାନ ଶେଷରେ ମୁଣ୍ଡ ନୁଆଁଇଥିଲା । ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଏହି ଭୟଙ୍କର ଆକ୍ରମଣରେ ପୀଡିତମାନଙ୍କୁ ସମବେଦନା ଜଣାଇ କହିଛନ୍ତି ଯେ ଆଣବିକ ଅସ୍ତ୍ର ମୁକ୍ତ ବିଶ୍ୱକୁ ହୃଦୟଙ୍ଗମ କରିବା ପାଇଁ ଆମେ ଆମର ଉଦ୍ୟମ ଜାରି ରଖିବୁ ।

ପରମାଣୁ ବିସ୍ଥୋରଣରେ ପୀଡିତଙ୍କ ଆତ୍ମାକୁ ମୁଁ ମୋର ଅନ୍ତରରୁ ସମବେଦନା ଜଣାଉଛି । ୭୮ ବର୍ଷ ପୂର୍ବେ ନାଗାସାକିରେ ଘଟିଥିବା ଏହି ଘଟଣା କେବେ ବି ପୁନରାବୃତ୍ତି ହେବ ନାହିଁ । ପରମାଣୁ ବୋମା ବିସ୍ଫୋରଣରେ ଏକମାତ୍ର ଦେଶ, ଆଣବିକ ଅସ୍ତ୍ରଶସ୍ତ୍ର ମୁକ୍ତ ବିଶ୍ୱକୁ ହାସଲ କରିବା ପାଇଁ ଆମେ ଆମର ଉଦ୍ୟମ ଜାରି ରଖିବୁ । ଶାନ୍ତି ପ୍ରତିଷ୍ଠା ତଥା ଆଣବିକ ଅସ୍ତ୍ରର ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ନାଗାସାକି ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି । ଅନେକ ଦେଶରେ ଯୁଦ୍ଧ ବିରୋଧୀ ଏବଂ ଆଣବିକ ବିରୋଧୀ ପ୍ରଦର୍ଶନ ଉପରେ ଧ୍ୟାନ ଦେଉଥିବାରୁ ଏହି ଦିନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ