Masthead

‘ବିଶ୍ୱ ଡାକ ଦିବସ’ର କାହାଣୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ‘ବିଶ୍ୱ ଡାକ ଦିବସ’। ପ୍ରତିବର୍ଷ ଅକ୍ଟୋବର-୯ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଏ । ୧୮୬୯ରେ ପ୍ରଥମଥର ପାଇଁ ଅକ୍ଟୋବର-୯ ତାରିଖକୁ ‘ବିଶ୍ୱ ଡାକ ଦିବସ’ରୂପେ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ୧୮୭୪ ଆଜିର ଦିନରେ ସ୍ୱିଜରଲାଣ୍ଡର ବର୍ନରେ ‘ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିୟନ୍’ ସ୍ଥାପିତ ହୋଇଥିଲା । ଏହା ଦ୍ୱାରା ବିଶ୍ୱସ୍ତରରେ ଡାକ ମାଧ୍ୟମରେ ପତ୍ର ଯୋଗାଯୋଗ ବ୍ୟବସ୍ଥାର ଏକ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା । ବିଭିନ୍ନ ଦେଶ ଡାକସେବାର ଗୁତୁତ୍ୱକୁ ଆଲୋକିତ କରିବାକୁ ଆଗେଇ ଆସିଥିଲେ ।

ଅନେକ ଶତାବ୍ଦୀ ଧରି ଡାକ ବ୍ୟବସ୍ଥା କାର୍ଯ୍ୟ କରିଆସୁଛି । ଇତିହାସର ପଛକୁ ଫେରି ଦେଖିଲେ ଲୋକେ ଯୋଗାଯୋଗ ପାଇଁ ପରସ୍ପରକୁ ଚିଠି ପଠାଉଥିଲେ । ପାଦରେ ଚାଲିଚାଲି,ଘୋଡ଼ାଗାଡି଼ ମାଧ୍ୟମରେ ସ୍ୱତନ୍ତ୍ର ଦୂତମାନଙ୍କ ଦ୍ୱାରା ବିତରଣ କରାଯାଉଥିଲା । ୧୬୦୦ ଦଶକରୁ ଅନେକ ଦେଶରେ ପ୍ରଥମ ଜାତୀୟ ଡାକ ବ୍ୟବସ୍ଥା ଆରମ୍ଭ ହେବାକୁ ଲାଗିଲା । ୧୮୭୪ ‘ୟୁନିଭର୍ସାଲ୍ ପୋଷ୍ଟାଲ୍ ୟୁନିୟନ୍’(ୟୁପିୟୁ)ର ଜନ୍ମ ଆଜିର ଡାକସେବା ପାଇଁ ବାଟ ଖୋଲିଲା । ୧୯୪୮ରେ ୟୁପିୟୁ ମିଳିତ ଜାତିସଂଘର ଏକ ଏଜେନ୍ସି ହେଲା ।

ବିଶ୍ୱର ସର୍ବାଧିକ ଡାକଘର ଆମ ଦେଶରେ ଅଛି । କୋଲକାତାରେ ଭାରତର ପ୍ରଥମ ଡାକଘର ସ୍ଥାପିତ ହୋଇଥିଲା । ବିଶ୍ୱର ସର୍ବାଧିକ ଉଚ୍ଚତାରେ ଥିବା ଡାକଘର ହେଉଛି ହିମାଚଳ ପ୍ରଦେଶ ଅନ୍ତର୍ଗତ ହିକିମ ଡାକଘର । ଆଜିର ଦିନରେ ଭାରତରେ ୧ ଲକ୍ଷ ୫୪ ହଜାର ୯୧୦ରି ଡାକଘର ଅଛି । ଆମ ଦେଶରେ ଡାକ ଘର ଗୁଡିକରେ ୩୩.୦୩ କୋଟି ସଞ୍ଚୟ ଖାତା ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ