Masthead

ଇସ୍ତଫା ଦେଲେ ୟେଦ୍ୟୁରପ୍ପା, ବିକ୍ଷୋଭ କଲେ ସମର୍ଥକ

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବି.ଏସ୍. ୟେଦ୍ୟୁରପ୍ପା । ରାଜ୍ୟପାଳ ଥୱରଚାନ୍ଦ ଗେହଲଟଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ଏହାକୁ ଗ୍ରହଣ କରିବା ସହ ୟେଦ୍ୟୁରପ୍ପାଙ୍କ ମନ୍ତ୍ରୀମଣ୍ଡଳକୁ ଭାଙ୍ଗି ଦେଇଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ ନହେବା ଯାଏ ୟେଦ୍ୟୁରପ୍ପା ଏହି ପଦରେ କାର୍ଯ୍ୟ କରିବେ । ତେବେ ୟେଦ୍ୟୁରପ୍ପାଙ୍କ ସମର୍ଥକ ମାନେ କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ବିଜେପି ନେତୃବୃନ୍ଦଙ୍କ ଚାପରେ ୟେଦ୍ୟୁରପ୍ପା ଇସ୍ତଫା ଦେଇଥିବା ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି । ଆଉ ଖୋଲାଖୋଲି ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି ।

ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ୟେଦ୍ୟୁରପ୍ପାଙ୍କ ସମର୍ଥକ । ୟେଦ୍ୟୁରପ୍ପାଙ୍କ ଜନ୍ମ ହୋଇଥିବା ଜିଲ୍ଲା ଶିବମୋଗା ଜିଲ୍ଲାର ବିଭିନ୍ନ ସ୍ଥନାରେ ଦୋକାନ ବଜାର ବନ୍ଦ କରିବା ସହ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନକୁ ତାଲା ପକାଇଦେଇଛନ୍ତି ।ଯାହାକୁ ନେଇ ସ୍ଥନାୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ୧୯୮୩ରେ ୟେଦ୍ୟୁରପ୍ପା ଶୀକାରିପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଯାଇଥିଲେ ଏହାପରେ କ୍ରମାଗତ ଭାବେ ୮ଥର ବିଧାୟକ ଭାବେ ନିର୍ବାଚିତ ହାଇଯାଇଛନ୍ତି । ତେଣୁ ତାଙ୍କର ଅଚାନକ ଏଭଳି ଇସ୍ତଫା ଦେବା ସାଧାରଣ ଭାବେ ତାଙ୍କ ସମର୍ଥକ ଗ୍ରହଣ କରିପାରୁନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ