Masthead

କଳା କୋର୍ଟ ପିନ୍ଧିଛନ୍ତି ବୋଲି ଆପଣଙ୍କ ଜୀବନ ଅଧିକ ମୂଲ୍ୟବାନ ନୁହେଁ !

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶର ଓକିଲଙ୍କୁ ନେଇ ସୁପ୍ରିମକୋର୍ଟ ବଡ଼ ବୟାନ ଦେଇଛନ୍ତି । ତେବେ ଓକିଲ ଓ ସାଧାରଣ ଲୋକଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ । କଳା କୋର୍ଟ ପିନ୍ଧିଛନ୍ତି ବୋଲି ଆପଣଙ୍କର ଜୀବନ ଅଧିକ ମୂଲ୍ୟବାନ ନୁହେଁ । ସାଧାରଣ ଲୋକଙ୍କ ପାଇଁ ଜାରି ହୋଇଥିବା ନିୟମ ଆଇନଜୀବୀଙ୍କ ଉପରେ ମଧ୍ୟ ଜାରି ହେବ । ସେମାନେ ସାଧାରଣ ଲୋକଙ୍କ ସହିତ ସମାନ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସମ୍ପୂର୍ଣ୍ଣ ଘଟଣାଟି ହେଉଛି ଓକିଲ ପ୍ରଦୀପ କୁମାର ଯାଦବ କରୋନା ଓ ଅନ୍ୟ କାରଣରୁ ପ୍ରାଣ ହରାଇଥିବା ୬୦ ବର୍ଷରୁ କମ ବୟସ୍କ ଓକିଲଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ଦାବି କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲାର ବିଚାର କରି ବିଚାରପତି ଡ଼ି. ୱାଇ, ଚନ୍ଦ୍ରଚୁଡ଼, ବିକ୍ରମ ନାଥ ଏବଂ ବି.ଭି ନାଗରତ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏପରି କହିଥିବାର ସୂଚନା ମିଳିଛି ।

କେବଳ ଏତିକି ନୁହେଁ ବରଂ ଆବେଦନ ଦାଖଲ କରିଥିବା ଆଇନଜୀବୀ ପ୍ରଦୀପ କୁମାର ଯାଦବଙ୍କ ପ୍ରତି କଡ଼ା ଶବ୍ଦ ପ୍ରୟୋଗ କରିବା ସହିତ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରିଛନ୍ତି । ଏଭଳି ଜନସ୍ୱାର୍ଥ ମାମଲାକୁ ରୋକିବା ଲାଗି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବା ଉପରେ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି । ଅନ୍ୟପଟେ ଦେଶର ସମସ୍ତ ନାଗରିକଙ୍କ ଜୀବନର ମୂଲ୍ୟ ସମାନ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି