Masthead

ନିଯୁକ୍ତି ଦିଅ, ନହେଲେ ବିଦା ହୁଅ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ରାମକୀ କମ୍ଫାନୀକୁ ନେଇ ତେଜିଲା ପ୍ରତିବାଦ । ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ କଞ୍ଚିଚୁଆଠାରେ ୭୦ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରି ୨୦୦୮ରେ ସ୍ଥାପିତ ହୋଇଥିବା ରାମକୀ କମ୍ଫାନୀକୁ ନେଇ ତେଜିଲା ପ୍ରତିବାଦ । କମ୍ଫାନୀ ସ୍ଥାପନର ୧୨ ବର୍ଷ ପରେ ବି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିପାରିନି କମ୍ଫାନୀ । ଏହାକୁ ବିରୋଧ କରି ଗୁରୁବାର କମ୍ଫାନୀ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲା ବିଜେଡି । ୭ ଦଫା ଦାବି ନେଇ ଧାରଣା ବସିଥିଲେ ସୁକିନ୍ଦା ବ୍ଲକ ବିଜେଡି ଉପାଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ ଓ ତାଙ୍କ ସମର୍ଥକ । ରାଜ୍ୟର ବିଭିନ୍ନ ଅଞ୍ଚଳର ବର୍ଜ୍ୟବସ୍ତୁ ଆଣି ତାକୁ ଠିକ୍ ଢଙ୍ଗରେ ମାଟିତଳେ ପାଣିଠାରୁ ସମଦୂରତ୍ୱ ରଖି ପୋତିବା ନିୟମ ଥିବାବେଳେ ରାମକୀ କମ୍ଫାନୀ ଏହି ନିୟମକୁ ପାଳନ ନ କରି ବର୍ଜ୍ୟବସ୍ତୁକୁ ଗଦା କରି ରଖୁଛି । ଫଳରେ ପବନ ହେବା ମାତ୍ରେ ଏହି ବର୍ଜ୍ୟବସ୍ତୁ ଉଡ଼ି ସ୍ଥାନୀୟ ଗାଁ ପରିବେଶକୁ ବିଷାକ୍ତ କରୁଛି । ତେବେ ଏହି ବର୍ଜ୍ୟବସ୍ତୁ ଯୋଗୁ ଅନେକ ସମୟରେ ବହୁ ରୋଗରେ ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଅଞ୍ଚଳରେ କମ୍ଫାନୀ ପ୍ରତିଷ୍ଠା ସମୟରେ ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ, ସ୍ଥାନୀୟ ବେକାର ଯୁବକଙ୍କୁ ନିଯୁକ୍ତି ଆଦି କମ୍ପାନୀ ପକ୍ଷରୁ ଅନେକ ପ୍ରତିଶ୍ରୁତି ମିଳିଥିଲା । ମାତ୍ର ଏ ସବୁକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ସେପଟେ ଏନେଇ କମ୍ଫାନୀ ମୁଖ୍ୟ ଅଧିକରୀଙ୍କ ସହ ଯୋଗାଯୋଗ କରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । ୭ ଦିନ ମଧ୍ୟରେ କମ୍ଫାନୀ ଯଦି ସମସ୍ତ ଦାବି ପୂରଣ ନ କରେ ତେବେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ କମ୍ପାନୀକୁ ବିଦା କରିବାକୁ ତୀବ୍ର ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ବିଜେଡି ପ୍ରତିକ୍ରୟା ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା