Masthead

ଆମ ଧୈର୍ଯ୍ୟର ପରୀକ୍ଷା ନେଉଛନ୍ତି: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶସାରା ଟ୍ରିବ୍ୟୁନାଲରେ ଖୋଲିଥିବା ପଦବୀ ପୂରଣରେ ବିଳମ୍ବ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣା, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ା ଓ ଜଷ୍ଟିସ ଏଲ ନାଗେନ୍ଦ୍ର ରାଓଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଉପରେ ଗତକାଲି ଖୁବ ବର୍ଷିଛନ୍ତି । ଖଣ୍ଡପୀଠ କହିଛନ୍ତି, କେନ୍ଦ୍ରସରକାର ଆମର ପରୀକ୍ଷା ନେଉଛନ୍ତି । ଟ୍ରିବ୍ୟୁନାଲକୁ ପ୍ରଭାବହୀନ କରିଦିଆଯାଇଛି ।

ଯେଉଁ ଆଇନ ବ୍ୟବସ୍ଥାକୁ ସୁପ୍ରିମ କୋର୍ଟ ନିରସ୍ତ କରିଦେଇଥିଲେ । ସରକାର ସେହି ଆଇନ ବ୍ୟବସ୍ଥାକୁ ଦ୍ୱିତୀୟବାର ଲାଗୁ କରିଛନ୍ତି । ବିଧାୟିକା ଯେକୌଣସି ରାୟର ଆଧାରକୁ ବଦଳାଇ ପାରିବେ । କିନ୍ତୁ ସୁପ୍ରିମକୋର୍ଟଙ୍କ ଜଜମେଣ୍ଟର ବିପରୀତରେ ଯାଇ ସରକାର(ବିଧାୟିକା) ଆଇନ ପ୍ରଣୟନ କରିପାରିବେ ନାହିଁ । ବାରମ୍ବାର ସୁପ୍ରିମ କୋର୍ଟ ଆଦେଶ ଦେବାପରେ ମଧ୍ୟ ଟ୍ରିବ୍ୟୁନାଲରେ ଖାଲିଥିବା ପଦ ପୂରଣ କରାଯାଉନାହିଁ ।

ଏ କ୍ଷେତ୍ରରେ ଆମ ପାଖରେ କେବଳ ତିନୋଟି ବିକଳ୍ପ ଅଛି । ପ୍ରଥମେ ଆମେ ଆଇନ ଉପରେ ରୋକ ଲଗାଇବୁ । ଦ୍ୱିତୀୟଟି ହେଉଛି ଆମେ ଟ୍ରିବ୍ୟୁନାଲ ବନ୍ଦ କରିବୁ କିମ୍ବା ଟ୍ରିବ୍ୟୁନାଲରେ ନିଯୁକ୍ତି ଦେବୁ । ତୃତୀୟ ବିକଳ୍ପ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରିବୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ