Masthead

ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଲ ନିଆଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚିଲିରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଏଯାଏଁ ଗଲାଣି ୧୧୨ ଜଣଙ୍କ ଜୀବନ । ଚିଲିରେ ଧୀରେ ଧୀରେ ଆହୁରି ଭୟଙ୍କର ରୂପ ନେବାରେ ଲାଗିଛି ଜଙ୍ଗଲ ନିଆଁ । ବର୍ତ୍ତମାନ ସୁଦ୍ଧା ୧୧୨ ଜଣ ମୃତ ବୋଲି ସ୍ପଷ୍ଟ ହୋଇଥିବାବେଳେ ହଜାର ହଜାର ଲୋକ ନିଖୋଜ ରହିଛନ୍ତି । ଆଉ ନିଆଁ ଲାଗି ୧୪୦୦ ଘର ପୋଡ଼ି ନଷ୍ଟ ହୋଇଯାଇଛି । ଜଙ୍ଗଲଠାରୁ ଘର ଦ୍ୱାର ସବୁ କିଛି ପୋଡି ପାଉଁଶ ହୋଇ ଯାଇଛି ।

ସମଗ୍ର ଦେଶ ଏବେ ନିଆଁ କବଳରେ । ଜଙ୍ଗଲି ଜୀବଜନ୍ତୁ ଜିଅନ୍ତା ଦଗ୍ଧ ହୋଇଛନ୍ତି । ଘରଦ୍ୱାର ପୋଡି ଯିବାକୁ ଶତାଧିକ ମୃତ୍ୟୁ ବରଣ କରିଛନ୍ତି । ଚିଲିର ସ୍ଥିତି ଏତେ ଭୟଙ୍କର ରହିଛି ଯେ, ଦେଶରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରିଛନ୍ତି ଚିଲି ସରକାର । ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଲ ନିଆଁ । ଜଙ୍ଗଲ ନିଆଁ ଏବେ ଘରଦ୍ୱାର ସବୁ ପୋଡି ପାଉଁଶ କରି ଦେଇଛି । ହୁତୁ ହୁତୁ ହୋଇ ଜଳି ଚାଲିଛି ଜଙ୍ଗଲ ଠାରୁ କୋଠାବାଡି । ଶହ ଶହ ସଂଖ୍ୟାରେ ଘର, ଗାଡି ସବୁ ପୋଡି ଜଳି ନଷ୍ଟ ହୋଇ ଯାଇଛି । ଜଙ୍ଗଲ ନିଆଁଯେ, ଏତେ ଭୟଙ୍କର ହେବ ସେ କଥା କେହି କଳ୍ପନା କରି ପାରୁ ନାହାଁନ୍ତି ।

ଅଗ୍ନିଶମ ବାହିନୀ ଲଗାତାର ଭାବେ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଦୁଇ ଦିନ ତଳେ ଜଙ୍ଗଲରେ ଲାଗିଥିବା ନିଆଁ ଜନବସତି ମୁହାଁ ହୋଇ ସବୁ ପୋଡି ପାଉଁଶ କରିଦେଇଛି । ଏଥିରେ ମୃତ୍ୟୁ ସଂଖ୍ୟା ଶହେ ଟପି ଥିବାବେଳେ ଏବେ ଆହୁରି ଅନେକ ଲୋକ ନିଖୋଜ ଥିବା ସୂଚନା ରହିଛି । ବର୍ତ୍ତମାନ ସୁନ୍ଧା ଅଗ୍ନିକାଣ୍ଡ କିପରି ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ଏଥିପାଇଁ କିଏ ଦାୟୀ ସେନେଇ ତଦନ୍ତ କରାଯାଉଛି । ସୂଚନା ଅନୁସାରେ ସହରର ଚାରିପଟେ ଥିବା ଜଙ୍ଗଲରେ ପ୍ରଥମେ ନିଆଁ ଲାଗିଯାଇଥିଲା । ପରେ ପରେ ଏହା ସହର ଭିତରକୁ ପ୍ରବେଶ କରିଥିଲା । ନିଆଁକୁ ଆୟତ୍ତ କରିବାକୁ ଅଧିକାରୀମାନେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ