https://youtu.be/D872RSH6Fx4
ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼ । ହାଇଟେକ୍ ଟ୍ରାଜେଡିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ଘର ଉପରକୁ ଅଣ୍ଡା ମାଡ଼ ମାଡ଼ କଲା ଛାତ୍ର କଂଗ୍ରେସ । ରାଲିରେ ଆସି ଆନ୍ଦୋଳନ କରିବା ସହ ଭୁବନେଶ୍ବର ସରକାରୀ ବାସଭବନକୁ ଅଣ୍ଡା ମାଡ଼ କଲା ଛାତ୍ର କଂଗ୍ରେସ । ହାଇଟେକ୍ ଲାଇସେନ୍ସ ରଦ୍ଦ ଓ ତିରୁପତି ପାଣିଗ୍ରାହୀଙ୍କ ଗିରଫ ଦାବିକୁ ନେଇ ତାତିଛି ଛାତ୍ର କଂଗ୍ରେସ । ସେପଟେ ହାଇଟେକ୍ ବିସ୍ଫୋରଣ ଘଟଣାକୁ ୧୧ ଦିନ ବିତିଥିଲେ ବି ମୃତକଙ୍କ ପରିଚୟକୁ ନେଇ ଏବେ ବି ଅସ୍ପଷ୍ଟ ରହିଛି । ଦିଲୀପ ଓ ଜ୍ୟୋତିଙ୍କ ମୃତ୍ୟୁ ନେଇ ଏବେ କାଠ ଗଡ଼ାରେ ଠିଆ ହୋଇଛି ହାଇଟେକ୍ ହସ୍ପିଟାଲ । ଆଉ ଆଜି ସେହି ଘଟଣାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଅଣ୍ଡା ମାଡ଼ କରିଛି ଛାତ୍ର କଂଗ୍ରେସ ।