Masthead

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ପଡିଲା ମହଙ୍ଗା

ସିମିଳିଗୁଡା (ବଡ଼ ଖବର ବ୍ୟୁରୋ): କୋଟିଆରେ ଦୁଇ ରାଜ୍ୟ ମୁହାଁମୁହିଁ । ପଟାଙ୍ଗି ବ୍ଲକର କୋଟିଆରେ ଅନୁପ୍ରବେଶ କରି ପ୍ରଭାବ ଦେଖାଇବାକୁ ପ୍ରୟାସ କରିଛି ଆନ୍ଧ୍ର । ହେଲେ ଲୁଚିଛପି ଅନୁପ୍ରବେଶ କରିବା ଆନ୍ଧ୍ର ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ସ୍ଥାନୀୟ ଜନପ୍ରତିନିଧି ଗୋବ୍ୟାକ ନାରା ଦେବାରୁ ଆନ୍ଧ୍ର ଅଧିକାରୀ ଅପଦସ୍ତ ହୋଇ ଫେରିଛନ୍ତି । ଫାଟୁସିନେରୀ ଗାଁରେ ଆନ୍ଧ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସାଲୁର ମଣ୍ଡଳ ଅଧିକାରୀଙ୍କ ସହ ପାର୍ବତୀପୁରମ ମାନ୍ୟମ୍ ଜିଲ୍ଲା ଆଇଟିଡିଏ ଅନୁପ୍ରବେଶ କରିଥିଲେ । ୨୩ ଜଣ ହିତାଧିକାରୀଙ୍କୁ ଜଗନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇ ପ୍ରମାଣପତ୍ର ମଧ୍ୟ ଦେଇଥିଲେ ।

କାର୍ଯ୍ୟକ୍ରମ ସାରି ଫେରିବା ସମୟରେ ସ୍ଥାନୀୟ ଜନପ୍ରତିନିଧିଙ୍କ ହାବୁଡରେ ପଡ଼ିଯାଇଥିଲେ । ବାରମ୍ବାର ବିରୋଧ ସତ୍ୱେ କାହିଁକି ଅନୁପ୍ରବେଶ କରୁଛ ବୋଲି ପ୍ରଶ୍ନ କରିଥିଲେ ଜନପ୍ରତିନିଧି । ହେଲେ କୌଣସି ଉତ୍ତର ନମିଳିବାରୁ ଆନ୍ଧ୍ର ଗୋବ୍ୟାକ୍ ନାରା ଦେଇଥିଲେ । ଅନ୍ୟପଟେ ଆନ୍ଧ୍ରକୁ କଡ଼ା ଜବାବ ଦେବାକୁ ପଟାଙ୍ଗୀ ବ୍ଲକ ପ୍ରଶାସନ ଫାଟୁସିନେରୀରେ ଭ୍ରାମ୍ୟମାଣ ସାଧାରଣ ବଣ୍ଟନ ଆରମ୍ଭ କରିଛି । ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ସହ ବିଭିନ୍ନ ଯୋଜନାରେ ହିତଧିକାରୀଙ୍କୁ ସାମଗ୍ରୀ ବଣ୍ଟନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ